



ଗୁଦେରପାଲି (କ.ବ୍ୟୁ ) ତା 11-7-26ରିଖ ଆଜି ପବିତ୍ର ଶୁଭାବସରରେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମପଞ୍ଚାୟତ ଠାରେ ଗୁଦେରପାଲି ମହାବିଦ୍ୟାଳୟର ସ୍ମାରକୀ ପ୍ରତିଷ୍ଠା ଉତ୍ସବ ଓ +2ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଆୟୋଜନରେ ସ୍ୱାଗତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ ମଞ୍ଚାସିନ ହୋଇଥିଲେ l ଏତଦ ବ୍ୟତୀତ ସମ୍ମାନିତ ଅତିଥି ଗାଇସିଲେଟ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ ସାହୁ,ଗୁଦେରପାଲି ମହାବିଦ୍ୟାଳୟ ସଭାପତି କିଶୋର ପlତ୍ର, ସମ୍ପାଦକ କିଶୋର ଦେବତା, ପ୍ରିନ୍ସିପାଲ ଶ୍ରୀ ପ୍ରିତିଶ କୁମାର ପଣ୍ଡା,ଗୁଦେରପାଲି ସରପଞ୍ଚ ରାମ ଚନ୍ଦ୍ର ପlତ୍ର ଓ ଜାମୁଟପାଲି ସମିତି ସଭ୍ୟ ସରୋଜ ସାହୁ ମଞ୍ଚାସିନ ହୋଇଥିଲେ l ଏହି ମହାବିଦ୍ୟାଳୟ ବିଗତ ତା 7- 2015ଅଗଷ୍ଟ ଭିତ୍ତିସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଅନେକ ବାଧାବିଘ୍ନ ପରିସରରୁ ବାହାରି ସ୍ଵଛ ପବିତ୍ର ଶୁଭ ଅବସରରେ ମହାବିଦ୍ୟାଳୟ ପାଠ୍ୟ କାର୍ଯ୍ୟକ୍ରମ ବା ମହା- ବିଦ୍ୟାଳୟର ଗୃହ ପ୍ରବେଶ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁଭ ମାଙ୍ଗଳିକରେ ଗତ ଅଗଷ୍ଟ 2025 ରେ ହୋଇ ଥିଲା l ମଞ୍ଚାସିନ ପ୍ରାରମ୍ଭରେ ଶୁଭ ସଂଗୀତ ଗାଇ ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିଙ୍କ ଦ୍ୱାରା ମଞ୍ଚ ଶୁଭଙ୍କର ସହିତ ଶୋଭାମୟ ହୋଇଥିଲା lକାର୍ଯ୍ୟକ୍ରମର ଉଦ୍ୟେଶ୍ୟ ମହାବିଦ୍ୟାଳୟର ଉପର ମହଲା ବିଧାୟକ ସନତ ଗଡତିଆଙ୍କ ଦ୍ୱାରା ଶିଳାନ୍ୟାସ ଓ ଗୃହ ପ୍ରବେଶ ଉତଘାଟନ କରି ‘ସୀମାକାନ୍ଥ’ ପତ୍ରିକା ଉନ୍ମୋଚନ କରାଯାଇଥିଲା l ଗୁଦେରପାଲି ପ୍ରତ୍ୟେକ ବିଦ୍ୟାଳୟ ଗାଇସିଲେଟ ବ୍ଲକର ସମସ୍ତ ବିଦ୍ୟାଳୟ ଠାରୁ ସବୁ କ୍ଷେତ୍ରରେ ସର୍ବଦା ପ୍ରଶଂସିତ ହୋଇ ଆସୁଛି l ଗୁଦେରପାଲି ଅଞ୍ଚଳର ସମସ୍ତଙ୍କ ମହାବିଦ୍ୟାଳୟ ଉପରେ ଶିକ୍ଷାର ଉନ୍ନତି ଓ ବିକାଶ ହେବ ବୋଲି ଦୃଢ଼ ବିଶ୍ୱାସ ରହିଛି l ମଞ୍ଚାସିନ ଅତିଥି ଛାତ୍ରଛାତ୍ରୀଙ୍କ ବିକାଶର କାମନା କରି ଓ କମିଟି ସଭ୍ୟଙ୍କ ପ୍ରଚେଷ୍ଠାର ଗୁଣଗାନ କରି ବକ୍ତବ୍ୟରେ ଉତ୍ସାହର ଲହରୀରେ ଅଜସ୍ର କରତାଳିର ସୁଅ ଛୁଟେଇ ଥିଲେ l ଏଥି ସହିତ ଛାତ୍ରଛାତ୍ରୀଙ୍କ ଅବିଭାବକ ମାନେ ଅତୀଥିଙ୍କ ସାହାଯ୍ୟର ସ୍ରୋତରେ ହଜିଯାଇ ମୃଦୁହାସ୍ୟର ଅନୁମେୟ ଦେଖିବାକୁ ମିଳିଥିଲା l ଛାତ୍ରଛାତ୍ରୀ ରଶ୍ମି ପଧାନ, ଅଙ୍କିତା ପଧାନ ଆଦି ଉଚ୍ଚ କୋଟିର ଅଭିଭାଷଣ ଦେଇଥବା ହେତୁ ଅଞ୍ଚଳରେ ମହାବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ ପ୍ରିତିଶ କୁମାର ପଣ୍ଡା ବହୁ ପ୍ରଶଂସା କରିଥିଲେ l ପୁରାତନ ଶିକ୍ଷକ ଯୋଗୁଁ ସଭାପତି କିଶୋର ପତ୍ର ଅତି ସିଷ୍ଟତା ସହିତ ମଞ୍ଚ ପରିଚାଳନା କରି ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲେ l ପରିଶେଷରେ ଅଧ୍ୟାପିକା ଅର୍ଚନା ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରି ମଧ୍ୟାହ୍ନ ଭୋଜନରେ ଅଂଶ ଗ୍ରହଣ କରିବାର ପରାମର୍ଶ ଦେଇଥିଲେ l
ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l