କଲେଜ ଅଫ୍ ଫାର୍ମାସ୍ୟୁଟିକାଲ ସାଇନସରେ ଆୟୁର୍ବେଦୀୟ ଜୀବନ ଚର୍ଯ୍ୟାର ସଚେତନତା କାର୍ଯ୍ୟକ୍ରମ

ପୁରୀ, ୧୧/୦୮/୨୬ (କ ବ୍ୟୁ): ଆସନ୍ତା ୧୭ ଅଗଷ୍ଟରେ ପାଳନ ହେବାକୁ ଯାଉଥିବା ମହର୍ଷି ଚରକ ଜୟନ୍ତୀ ଅବସରରେ ଆଜି ପୁରୀ ନାଗପାଟଣା ସ୍ଥିତ କଲେଜ ଅଫ୍ ଫାର୍ମାସ୍ୟୁଟିକାଲ ସାଇନସରେ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପି.ଜି. କାୟ ଚିକିତ୍ସା ବିଭାଗର ସହ ପ୍ରାଧ୍ୟାପିକା ଡା. ସୋନାଲିକା ଜେନା ଓ ଆଧ୍ୟାପିକା ଡା. ଭାରତୀଲତା ଆଚାର୍ଯ୍ୟ ଆୟୁର୍ବେଦରେ ମହର୍ଷି ଚରକଙ୍କ ଦ୍ଵାରା ବର୍ଣ୍ଣିତ ଦୈନନ୍ଦିନ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ।ଦିନଚର୍ଯ୍ୟା, ରାତ୍ରିଚର୍ଯ୍ୟା, ଓ ଋତୁଚର୍ଯ୍ୟାକୁ ଆପଣେଇବା ଦ୍ଵାରା କିପରି ଲାଇଫ୍ ଷ୍ଟାଇଲ୍ ରୋଗ ଗୁଡିକ ଠାରୁ ଆମେ ଦୂରେଇ ରହି ପାରିବା ତଥା ଦୀର୍ଘାୟୁ ହେଇପାରିବା ସେ ବିଷୟରେ ଦର୍ଶାଇଥିଲେ। ଆମର ଶୈଳୀର ବିଷମତା, ଖାଦ୍ୟପେୟର ଅନିୟନ୍ତ୍ରିତତା ଓ ଅନିୟମତା ହିଁ ସମସ୍ତ ରୋଗର ମୁଖ୍ୟ କାରଣ ବୋଲି ଆୟୁର୍ବେଦରେ ୫୦୦୦ ବର୍ଷ ପୂର୍ବରୁ ମହର୍ଷି ଚରକ ସଂହିତାରେ ବର୍ଣ୍ଣନା ଦେଖିବାକୁ ମିଳେ। ଫାର୍ମାସି କଲେଜର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ସି.ପି.ଏସ୍ କଲେଜର ଅଧ୍ୟକ୍ଷ ଡ଼ା. ଅମୀୟ କାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ ତଥା ନିର୍ଦ୍ଦେଶକ ଡା.ସନ୍ତୋଷ କୁମାର ପାତ୍ର ସଂଯୋଜନା କରିଥିଲେ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତ୍ତକୋତ୍ତର ବିଭାଗର ରିସର୍ଚ ସ୍କଲାର ମାନେ ଯଥା ଡ଼ା. ସୌମ୍ୟରଞ୍ଜନ,ଡ଼ା. ସଂନ୍ଧ୍ୟା, ଡା. ବୀରେନ୍ଦ୍ର,ଡା. ସ୍ଵାଗତ,ଡା. ଅନନ୍ୟା, ଡ଼ା. ମୟଙ୍କ,ଡ଼ା. କଳ୍ପନା ଏହି ସଚେତନତା କାର୍ଯ୍ୟକ୍ରମକୁ ସଂଗଠିତ କରିଥିଲେ।(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *