DU ସ୍କୁଲର ପ୍ରତିଷ୍ଠାତା  ଉମାକାନ୍ତ ମହାପାତ୍ର ଙ୍କ ୮୭ତମ ଜୟନ୍ତୀ ପାଳିତ

ଚଣ୍ଡିଖୋଲ ୯/୮(କ.ଵ୍ୟୁ)(ପ୍ରଶାନ୍ତ ଜେନା) ମହାବିନାୟକ ଏଜୁକେସନନାଲ୍ ୱେଲ୍ ଫେୟାର ଟ୍ରଷ୍ଟ ଓ ଉମାକାନ୍ତ ମହାପାତ୍ର ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ଚଣ୍ଡିଖୋଲ ସ୍ଥିତ ଡି ୟୁ ପବ୍ଲିକ ସ୍କୁଲ ଠାରେ  ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ସମାଜସେବୀ ଉମାକାନ୍ତ ମହାପାତ୍ର ଙ୍କ ୮୭ତନ ଜୟନ୍ତୀ ଯାଜପୁର ଜିଲ୍ଲାର ଅବସର ପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ସ୍ମୃତି ସଂସଦର ସଭାପତି ଡ଼ ବିଜୟ କୁମାର ଶତପଥି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ନାୟକ, ମୁଖ୍ୟ ବକ୍ତା ଭାବେ ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ପ୍ରିୟବ୍ରତ ମହାନ୍ତି ଯୋଗଦେଇଥିଲ। ସ୍ମୃତି ସଂସଦର ସହ ସମ୍ପାଦକ ଡ ବିଶ୍ୱଜିତ୍ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଡ ପ୍ରିୟନାଥ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସ୍ମୃତି ସଂସଦର ମୁଖପତ୍ର “ଅନ୍ୱେଷଣ ପଥେ ଉମାୟନ ” ଅତିଥି ମାନେ ଉନ୍ମୋଚନ କରିଥିଲେ। ଏଥି ସହିତ ବିଶିଷ୍ଟ ଶିକ୍ଷାବିତ୍ ରତ୍ନାକର ନାୟକ ଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ପୁରସ୍କାର ଓ ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ସାମଲ ଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥି ସହିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷା ଡ ସୁଜାତା ମହପାତ୍ର, ଉପାଧକ୍ଷା ଡ ରାଜଶ୍ରୀ ମହାପାତ୍ର , ଡ ରଣଜିତ ମହାପାତ୍ର,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ଡ ବିଧୁ ଭୂଷଣ ପଣ୍ଡା, ଶିକ୍ଷୟିତ୍ରୀ ମୈତ୍ରୀ ହୋତା, ଦେବଯାନୀ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ, ଶେଷରେ ଡ ସୁଧିର ଚନ୍ଦ୍ର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

Leave a Reply

Your email address will not be published. Required fields are marked *