ରାଜଗାଙ୍ଗପୁର (କ. ବ୍ୟୁ.) : ଶୁକ୍ରବାର ସନ୍ଧ୍ୟାରେ କୁଟୁଣିଆ ପଞ୍ଚାୟତ ଅହିରପଡ଼ା ନିକଟରେ କୁକୁଡ଼ା ଲଢ଼େଇ ସହ ଜୁଆ ଖେଳ ଚାଲିଥିବା ବେଳେ ରାଜଗାଙ୍ଗପୁର ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏଥିରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଚଢ଼ଉ କରିଥିବା ଜାଣି ପାରି ଅନେକ ଘଟଣାସ୍ଥଳ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ଜଣଙ୍କୁ କାବୁ କରିବା ପୁଲିସ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ୧୦ଟି କୁକୁଡ଼ା, ୧୭ଟି ମୋବାଇଲ, ୧୯ ହାଜର ୬୦୦ ଟଙ୍କା ଏବଂ କୁକୁଡ଼ା ଲଢେଇରେ ବ୍ୟବହୃତ ସମଗ୍ରୀ, ଘୁଡ଼ଘୁଡ଼ ପଟ୍ଟି ଜବତ କରାଯାଇଛି। ଥାନା ଅଧୂକାରୀ ବିଜୟ କିଶୋର ଦାଶଙ୍କ ନିର୍ଦ୍ଦେଶରେ ଏଏସ୍ଆଇ ଦିବାକର ବେହେରା, ସୁନୀଲ ପଟେଲଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଏହି ଚଢଉରେ ସାମିଲ ଥିଲେ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )