ଗାଇସିଲେଟ ଅଙ୍ଗନୱାଡି କର୍ମୀଙ୍କ ଡାକରା ସି.ଡି.ପି.ଓ. ଙ୍କୁ ତୁରନ୍ତ ବଦଳି କର

ଗାଇସିଲେଟ ( କ ବ୍ୟୁ )10-8-26 : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅଙ୍ଗନୱାଡି ସି. ଡି. ପି. ଓ. ଶ୍ରୀମତୀ ସବିତା ସାହୁଙ୍କ ପ୍ରତି ଗାଇସିଲେଟ ଅଙ୍ଗନୱାଡି ମହିଳା କର୍ମୀ ଓ ପାଚିକାକର୍ମୀଙ୍କ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ସି.ଡି.ପି.ଓ. ସାହୁଙ୍କ ଅସନ୍ତୋଷକୁ ନେଇ ଅନ୍ୟତ୍ର ବଦଳି ଅଭିଯୋଗରେ ଅଲ ଓଡିଶା ଲେଡ଼ିଜ ୱାର୍କସ ଏସୋସିଏସନ, (ଭାରତୀୟ ମଜଦୁର ସଙ୍ଘ, ଗାଇସିଲେଟ ଜିଲ୍ଲା ବରଗଡ଼ ତରଫରୁ ଆଜିକୁ ପନ୍ଦର ଦିନ ହେବ ଶାନ୍ତିପୂର୍ଣ ଆନ୍ଦୋଳନ କରିଚାଲିଛନ୍ତି l ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନକୁ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ହେମସାଗର ଭୋଇ ସିଡିପିଓ କାର୍ଯ୍ୟାଳୟରେ ଗାଇସିଲେଟ ସମିତି ଅଧ୍ୟକ୍ଷ ପ୍ରଣୟ ସାହୁ,ସରପଞ୍ଚ ସରୋଜ ସାହୁ, ପରଦେଶୀ, ଶରତ କାଲୋ, ବିଧାୟକ ନୋମିନି ଆନନ୍ଦ ମାଟାରୀ ସମାଜସେବୀ ଯାଜ୍ଞଶ୍ୱର ପଧାନ, ବିଶିଷ୍ଟ ରାଜନୀତିଜ୍ଞ ଗୋପାଳ ଦାସ, ସାମ୍ବାଦିକ ବିନାୟକ ଗୁରୁ ଓ ପ୍ରଦୀପ ସାହୁ ଆଦି ଉପସ୍ଥିତ ରହି ଆଲୋଚନାରେ ଅନେକ ସମାଲୋଚନା କରିଥିଲେ l କର୍ମୀଙ୍କ ମୁଖ୍ୟ ଅଭିଯୋଗ ଶ୍ରୀମତୀ ସାହୁ କାରଣବଶତଃ କିଛି ଅବହେଳା ହେଲେ କର୍ମୀଙ୍କ ଦରମା ବନ୍ଦ ଓ କଡା ଶବ୍ଦ ପ୍ରୟୋଗ କରି ମାନସିକ ନିର୍ଯ୍ୟାତନା କଲାଭଳି ଭାଷା କହୁଥିଲେ l ଏହା ସମସ୍ତ କର୍ମୀଙ୍କୁ ହେବା ଦ୍ୱାରା ଅଶାନ୍ତି ଦେଖା ଦେଇଛି ଓ ବାର୍ତ୍ତାଳାପ ହେଲେ ବୁଝାମଣା ଉପରେ ନ ରହି ମୋର ଅବସର ସମୟ କେ କିଛି କରିପାରିବ ନାହିଁ,ମୋର ବିରୋଦ୍ଧାଚାରଣ କଲେ କଣ କରିବି ଜାଣିବ, ମୋ ମୁଣ୍ଡ ବିଗିଡ଼ିଲେ ପ୍ରଳୟ କରିଦେବି ବୋଲି ଧମକ ମଧ୍ୟ ଦେଉଥିଲେ l କର୍ମୀଙ୍କ ପରିବାରରେ ସ୍ୱାସ୍ଥ୍ୟ କାରଣରୁ ବୋଲି ଉତ୍ତର ଦେଲେ ମୁଁ ଯାଣେ ନାହି ଆଜି ଆବସେଣ୍ଟ ଓ ପୁଣି ଦରମା ବନ୍ଦ ହେବ କହି ବନ୍ଦ ମଧ୍ୟ କରି ଚାଲିଥିଲେ l ଏହିପରି କାର୍ଯ୍ୟକଳାପ ଦେଖି ସମସ୍ତେ ଏକତ୍ରିତ ହୋଇ ତାଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି l ଏହି ସବୁ ଶୁଣି ସରିଲା ପରେ SDO ଶ୍ରୀ ଭୋଇ ତାଙ୍କ ଅବସର ଆଠ ମାସ ଅଛି ଓ ତାଙ୍କୁ କେହି ବଦଳି କରି ପାରିବେ ନାହିଁ କି ଏକ୍ସନ ନେଇ ପାରିବେ ନାହିଁ ବୋଲି ରୁକ ଠୂକ କହିଥିଲେ l ଅପର ପକ୍ଷରେ ମହିଳା କର୍ମୀମାନେ ଶ୍ରୀମତୀ ସାହୁଙ୍କ ବଦଳି ହେଉ ନଚେତ ଆମେ ଆନ୍ଦୋଳନ ପ୍ରତ୍ୟାହାର କରି ପାରିବୁ ନାହିଁ ବୋଲି ଜିତ ଧରିଥିଲେ l ସମସ୍ୟା ସମାଧାନ ଦିଗରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବକ୍ତବ୍ୟକୁ ଖାରଜ କରି ହୃଦୟକୁ ବାଧିଲା ଭଳି ଆଖିରେ କୋହଭରା ହେବାର କର୍ମୀ ମାନେ ଦେଖା ଯାଉଥିଲେ ଓ କହୁଥିଲେ ଶ୍ରୀମତୀ ସାହୁ ଜଣେ ନିର୍ଦୟ ତେଣୁ ତାଙ୍କ କାର୍ଯ୍ୟରେ କିଛି ମହିଳା ଜୀବନରେ ଆଶଙ୍କା ରହିଛି ବୋଲି କହିଥିଲେ ଓ ଶେଷରେ ଉଭୟ ପକ୍ଷ ସ୍ତବ୍ଧ ରହି ସମାଲୋଚନା ସଭାରୁ ପଦ୍ମପୁର ଉପଜିଲ୍ଲାପାଳ ଉଠି ଆସିଥିଲେ l ଆହୁରି କର୍ମୀମାନେ କହୁଥିଲେ ଆମେ ମିଶିଯିବାର ଆଲୋଚନା କଲେ ମୋର ଯାହା କରୁଛ କର ବୋଲି ପଦ୍ମପୁର, ବରଗଡ ଅନ୍ୟତ୍ର ଚାଲି ଯାଉଥିଲେ l ଏହି ଉଭୟ ପକ୍ଷଙ୍କ ବିଚାର ବିଶ୍ରାମ ନ ନେଇ ଆସନ୍ତା ପରବର୍ତ୍ତୀ ବିଚାର ଉପରେ ନିର୍ଭର ରହିବ l କିନ୍ତୁ ଜନସାଧାରଣ ଗରିବ ଛୁଆଙ୍କ ପ୍ରତି ଏହା ଏକ ଅସଦାଚରଣ ବୋଲି ପ୍ରମାଣ ମିଳୁଛି ଓ ଯଦି ଅଙ୍ଗନୱାଡି କର୍ମୀଙ୍କ ତ୍ରୁଟି ହେଲେ ଗ୍ରାମବାସୀ ବହୁତ କୁହନ୍ତି,ଆଜିକୁ ଏତେ ଦିନ ଧାରଣାରେ କେନ୍ଦ୍ର ତାଲା ପଡିଛି କାହାରି ନଜର ଦିଶୁନାହିଁ କାହିଁକି? ଏହାର ଉପଯୁକ୍ତ ନ୍ୟାୟ ବିଚାର କିଏ ଦେଇ ପାରିବ ବୋଲି ଜନସାଧାରଣ ଅପେକ୍ଷାରେ ରହିଛନ୍ତି l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *