

ଗାଇସିଲେଟ – (କ ବ୍ୟୁ )( ଫକୀର ଦୀପ ) : ଚାଷୀ କେବେ ଭାବି ନ ଥିଲା ଚାଷ ଜମିରେ ଗଜା ହେବା କ୍ଷଣି ବନ୍ୟା ଦାଉ ସାଧିବ l ଏବେ ଗାଇସିଲେଟ ଅଞ୍ଚଳ ପାହାଡିଆ ଥିବାରୁ ଘଡିକେ ପାଣି ଜମା ହେଉଛି,ଛୋଟ ଛୋଟ ପୋଖରୀ ହୁଡାରେ l ସେହି ହୁଡ଼ାପାଣି ଏବେ ସାଜିଛି ଚାଷୀପାଇଁ ମହାକାଳ l ଘଟଣାଟି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର କେତେକ ଚାଷୀ ଯଥା, ଶ୍ରୀ ଅରୁଣ ହରପାଲ, ସନ୍ତୋଷ କଲେତ ଆହୁରି କେତେକ ଏବେ ଜମିରେ ବିହନ ବୁଣି ବନ୍ୟାରେ ଚାଷ ନଷ୍ଟ ହୋଇ ପୁଣି ହିଡ଼ ଖାଇ ଜମିରେ ବାଲିଚର କରିଦେଇଛି l ଜମିକୁ ଯିବାକୁ ଚାଷୀର ସାହସ ହେଉନାହିଁ l ହତାଶ ହେବା ସ୍ୱାଭାବିକ ଅଟେ lବର୍ତ୍ତମାନ ଆଷାଢ଼ ପ୍ରାରମ୍ଭରେ ଲଗାଣ ବର୍ଷା ଚାଷୀକୁ ବହୁ କ୍ଷତିରେ ପକାଇଛି l ଜମି ଉପରେ ଥିବା ମହିଜୋର ଜଳାଶୟକୁ ପାଖ ପାହାଡ଼ରୁ ପାଣି ଆସିଥାଏ l ତେଣୁ ତଳେ ଥିବା ସବୁ ଜମି ଗତ ତା27ରୁ29-7-26ରିଖ ଲଗାଣ ବର୍ଷା ଯୋଗୁଁ ଚାରିଆଡେ ଜଳମଗ୍ନ ଦେଖା ଦେଇଛି l ଚାଷୀଙ୍କ ବିହନ ବୁଣି ସାରିବା ପରେ ଏପରୀକ୍ଷତି ଯୋଗୁଁ ଚାଷୀ ମୁଣ୍ଡରେ ହାତ ମାରି ହତାଶ ଜଣା ପଡୁଛନ୍ତି l ସେମାନେ ସରକାରଙ୍କ ଠାରୁ ଆଣିଥିବା ବିହନ ଆଉଥରେ ପାଇବ ନାହିଁ l ଏଣୁ ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ଦୃଷ୍ଟି ରଖି ଯଥାଶୀଘ୍ର ଆର୍ଥିକ ସାହାଯ୍ୟ କରିପାରିଲେ ଚାଷୀ ନିଜ ଦରକାର ମୁତାବକ ବିହନ କିମ୍ବା ପଲ୍ହା କିଣି ଜମିରେ ଦରକାର ମୁତାବକ ଆଣି ପାରିବ l ଏପରି ସମୟରେ ସରକାର ଲୋକଙ୍କୁ ସାହାଯ୍ୟ କରିବା ନିହାତି ଜରୁରୀ l ପ୍ରତିଟି ସମୟରେ ଚାଷୀ ଆତ୍ମହତ୍ୟା ହେବାର ଜଣାପଡୁଛି l ଏଣୁ ଏଥିପ୍ରତି ପ୍ରଶାସନ ଶୀଘ୍ର ତାର ସମାଧାନର ବାଟ ଖୋଜିବା ଉଚିତ