ଶ୍ରାବଣ ମାସ ର ପ୍ରଥମ ସୋମବାର ପାଈଁ ଲଡ଼ୁବାବା ଙ୍କ ପୀଠରେ କାଉଡିଆ ଙ୍କ ଭିଡ଼


ନୟାଗଡ : ରାତି ପାହିଲେ ଶ୍ରାବଣ ମାସ ର ପ୍ରଥମ ସୋମବାର। ଚଳ ଚଞ୍ଚଳ ଓଡିଶା ର ସମସ୍ତ ସବ୍ୟ କ୍ଷେତ୍ର। ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ସରଣକୁଳ ର ଲଡ଼ୁବାବା ଙ୍କ କ୍ଷେତ୍ର ଅନ୍ୟତମ। କଣ୍ଟିଲୋ ର ମହାନଦୀ ରୁ କାଉଡିଆ ମାନେ ଗଙ୍ଗା ଜଳ ଉଠାଇ ଚାଲି ଚାଲି ଲଡ଼ୁବାବା ଙ୍କ ନିକଟକୁ ଆସନ୍ତି। ସୋମବାର ଦିନ ରାତି ୧ ଟାରୁ ପହଡ ଖୋଲିବ। ସମସ୍ତ ନୀତିକାନ୍ତି ପରେ ମହିଳା ମାନେ ଜଳ ଲାଗିକରିବେ। ତାପରେ ଛୋଟ ପିଲା ଜଳ ଲାଗିକଲାପରେ ପୁରୁଷ ମାନେ ଜଳ ଲାଗିକରିବେ। ମନ୍ଦିର ପ୍ରଶାସନ ଓ ସରଣକୁଳ ପୋଲିସ ଆଇନି ସଜାଗ ରହିଛି। କାଉଡିଆ ଙ୍କ ପାଈଁ ଟେଣ୍ଡ, ଖାଇବା ବ୍ୟବସ୍ଥା ଓ ସମସ୍ତ ସୁବିଧା କରାଯାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *