
ଚଣ୍ଡିଖୋଲ ୩୧/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) ବଡଚଣା ବ୍ଲକ୍ ର ବିରୂପା ଓ ଗେଙ୍ଗୁଟି ନଦୀରେ ଗତ ବୁଧବାର ରାତିରୁ ବନ୍ୟା ଜଳ ଆସିବା ଦ୍ୱାରା ୭ଟି ପଞ୍ଚାୟତର ୧୫ରୁ ଅଧିକ ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ପ୍ରାୟ ୧୯ହଜାର ରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦ଲୋକଙ୍କୁ ବାହାଦୁର ନଗର ସ୍ଥିତ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ରେ ରଖା ଯାଇଛି। ନାନପୁର, ରୁକୁଟିପାଟ, କଳା ଶ୍ରୀ – ଗୋପାଳପୁର, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏ ଠାରେ ବନ୍ୟା ପ୍ରପୀଡ଼ିତ ଲୋକ ମାନଙ୍କ ଯାତାୟାତ ପାଇଁ ୩ଟି ପାୱାର ବୋଟ ମୃତୟନ କରାଯାଇଅଛି। ଏ ପର୍ଯ୍ୟନ୍ତ ବନ୍ୟା ବିପନ୍ନ ଙ୍କ ନିକଟରେ କୌଣସି ସାହାଯ୍ୟ ପହଞ୍ଚି ନାହଁ ବୋଲି ଅଭିଯୋଗ ହୋଇଛି। ଚାରି ନଙ୍ଗଲ ପଞ୍ଚାୟତର ଚାରିନଙ୍ଗଲ, ବାହାଦୁର ନଗର, ବଳ ସାହି, ଇସଲାମବାଦ, ପୀର ପାଟଣା, ଓଲିମିଆଁ ମହଲ, ଅମିର ମହଲ ସମେତ ୧୬ଟି ୱାର୍ଡ ର ଲୋକେ ପାଣି ଘେରରେ ରହିଛନ୍ତି। ସେହିପରି ଗୋପାଳପୁର ଗ୍ରାମ ପଞ୍ଚାୟତ ର ଖଡକପୁର, ଗଜେନ୍ଦ୍ରପୂର୍, କଳାଶ୍ରୀ, ପତ୍ ରାଜପୁର ଗ୍ରାମ ପଞ୍ଚାୟତ ର ପତରାଜ୍ ପୁର, ସିଂହ ସାହି, ଆମ୍ବ ଶୌରୀ,ବାଲିଚନ୍ଦ୍ରପୁର ପଞ୍ଚାୟତ ର ରୁକୁଟିପାଟ, ନାନପୁର, ବାଲିଚନ୍ଦ୍ର ପୁର, ମାଣ୍ଡୁକା ପଞ୍ଚାୟତର ଅଶିଳା ପାଳ, ବାଲିପଡ଼ିଆ ପଞ୍ଚାୟତର ତିଗିରିଆ, ଦେକୁଡ଼ି, ମଝି ପଡା , ପଞ୍ଚାୟତର ତଳ ଚଣ୍ଡିଆ, ଉପର ଚଣ୍ଡୀଆ, ବନମାଳୀପୁର ଘଣ୍ଟି ମୁହଁ ପ୍ରମୁଖ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଗତ କାଲି ବିଳମ୍ବିତ ରାତିରେ ବଡଚଣା ବିଧାୟକ ଅମର ନାୟକ, ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ, ତହସିଲ୍ଦାର ମାନସ ରଞ୍ଜନ ତ୍ରୀପାଠୀ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ବନ୍ୟା ପରିସ୍ଥିତି ର ସମୀକ୍ଷା କରିବା ସହିତ ବନ୍ୟା ପ୍ରପୀଡ଼ିତ ଲୋକ ମାନଙ୍କୁ ତୁରନ୍ତ ଶୁଖିଲା ଖାଦ୍ୟ, ଓ ବନ୍ୟା ଆଶ୍ରୟ ସ୍ଥଳୀ ରେ ରହିଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବଡଚଣା ବିଧାୟକ ଅମର କୁମାର ନାୟକ, ବିଡିଓ ବଡଚଣା, ତହସିଲ୍ ଦାର ଦର୍ପଣ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ ପଞ୍ଚାୟତ ର ସରପଂଚ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।