ଅତୀକ ହତ୍ୟାର ପ୍ରତିଶୋଧ ନେବୁ : ଅଲ କାଇଦା

Image Courtesy: India Today

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ହତ୍ୟା ଘଟଣାରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଲା ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା। ଅଲ୍‌କାଏଦା ଇନ୍ ଇଣ୍ଡିଆ ସବ୍‌କଣ୍ଟିନେଣ୍ଟ(ଏକ୍ୟୁଆଇଏସ୍) ପକ୍ଷରୁ ଏହି ଧମକ ଦିଆଯାଇଛି। ଇଦ୍‌ ମେସେଜ୍ ଦେଇ ଅତଙ୍କୀ ସଂଗଠନ ଏହି ଧମକ ଦେଇଥିବା ଅତିକ ଓ ଭାଇ ଅଶ୍ରଫକୁ ସହିଦ ବୋଲି କହିଛି।

ଅଲକାଏଦାର ମିଡିଆ ‘ଏଜ୍‌ ସାହବ’ ଏନେଇ ୭ ପେଜ୍ ବିଶିଷ୍ଟ ଏକ ମାଗାଜିନ ପ୍ରକାଶ କରିଛି। ଯେଉଁଥିରେ ମୁସଲମାନମାନଙ୍କୁ ସ୍ୱାଧିନତା ଦେବା କଥା ବି କୁହାଯାଇଛି। ସେହିପରି ମାଗାଜିନ୍‌ରେ ଅତିକ ଓ ଅଶ୍ରଫ୍‌କୁ ସହିଦ କହିବା ସହ ତାଙ୍କ ହତ୍ୟାରେ ଅସନ୍ତୋଷ ପ୍ରକାଶ କରିଛି ସଂଗଠନ।

ସୂଚନା ଥାଉକି ଉମେଶ ପାଲ୍ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ ଓ ଭାଇ ଅଶ୍ରଫ ଅହମଦର ମାମଲା ଚାଲିଥିଲା। ଦୁଇ  ଭାଇଙ୍କର ମେଡିକାଲ ଟେଷ୍ଟ ପାଇଁ ପୁଲିସ ନେଉଥିବା ବେଳେ ଗତ ଶନିବାର ୩ ଦୁର୍ବୃତ ସେମାନଙ୍କୁ ହତ୍ୟା କରିଥିଲେ।  

Leave a Reply

Your email address will not be published. Required fields are marked *