

କଟକ : କଟକ ସଦର ଅନ୍ତର୍ଗତ ରତ୍ନାକର ବିଦ୍ୟାମନ୍ଦିର ପରିସରରେ ପ୍ରଧାନ ଶିକ୍ଷକ ଅଜୟ କୁମାର ନନ୍ଦ ଙ୍କ ଅଧକ୍ଷତାରେ 77 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅର୍ଜୁନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ଗଛ ଲଗାଇବା ର ଉପାଦେୟତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ। ଶେଷରେ ମୁଖ୍ୟ ଅତିଥି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦେବାଶିଷ ଦାସ, ଏଲିନା ମହାନ୍ତି, ନିଶିବନ୍ୟା ବେହେରା,ମୋନାଲିସା ବେହେରା, ଚିନ୍ମୟୀ ବେହେରା,ପଦ୍ମାବତୀ ରାଉତ ରାଏ,ଦେବୀକା ମହାନ୍ତି, ପ୍ରିୟଙ୍କା ମାଝି, ସସ୍ମିତା ପଣ୍ଡା,ସ୍ମିତା ସାମଲ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ପୀତବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।