କଟକ, ତା ୩୦.୦୬.୨୦୨୬ ରିଖ : ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଗ୍ରୁପ୍ ‘ y (ୱାଇ)’ (ଅଣ-ବୈଷୟିକ) ଚିକିତ୍ସା ସହାୟକ ପାଇଁ ଯୋଗ୍ୟ ପୁରୁଷ ପ୍ରାର୍ଥୀଙ୍କ ଠାରୁ ଅନଲାଇନ ଆବେଦନ ଆହ୍ୱାନ କରାଯାଉଛି । ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଇଂରାଜୀ ବିଷୟ ସହ ୧୦+୨ କିମ୍ବା ସମକକ୍ଷ ପରୀକ୍ଷାରେ ମୋଟ ନମ୍ବରର ସର୍ବନିମ୍ନ ୫୦ ପ୍ରତିଶତ ଏବଂ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ହାସଲ କରିଥିବା ଆବଶ୍ୟକ। ସେହିପରି ଡିପ୍ଲୋମା/ବି.ଫାର୍ମା/ବି.ଏସ୍.ସି. (ଫାର୍ମାସି) ଯୋଗ୍ୟତା ଥିବା ପ୍ରାର୍ଥୀମାନେ ମଧ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରିବା ସହିତ ଏନରୋଲମେଣ୍ଟ ସମୟରେ ରାଜ୍ୟ ଫାର୍ମାସି କାଉନସିଲ୍ କିମ୍ବା ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ (PCI)ର ବୈଧ ପଞ୍ଜୀକରଣ ବାଧ୍ୟତାମୂଳକ ରହିବ। ଅନଲାଇନ ପଞ୍ଜୀକରଣ ୦୬ ଜୁଲାଇ ୨୦୨୬ ଠାରୁ ୨୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଅନଲାଇନ ପରୀକ୍ଷା ୨୨ ଓ ୨୩ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବ। ଯୋଗ୍ୟତା, ବୟସ ସୀମା, ଶାରୀରିକ ଓ ଚିକିତ୍ସା ମାନଦଣ୍ଡ ସମେତ ସମସ୍ତ ସର୍ତ୍ତାବଳୀ ସମ୍ବନ୍ଧୀୟ ବିସ୍ତୃତ ବିଜ୍ଞପ୍ତି ଭାରତୀୟ ବାୟୁସେନାର ପୋର୍ଟାଲ https://iafrecruitment.edcil.co.in ରେ ଉପଲବ୍ଧ ରହିଛି।