“ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା ଓ ବିଦାୟ ସମ୍ବର୍ଦ୍ଧନା ସଭା”

୩୦ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା; ୮ ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରାପ୍ୟ ଓ ୫ ଜଣ ଏନ୍.ପି.ଏସ୍. ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସୁବିଧା ପ୍ରଦାନ

ବାରିପଦା(କ:ବ୍ଯୁ)ତା୩୦/୦୬/୨୦୨୬
ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଏକ ପେନସନ ମେଳା ଓ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିବା ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ନୂତନ ପେନସନ ଯୋଜନା (ଏନ୍.ପି.ଏସ୍.) ଅନ୍ତର୍ଗତ ମୋଟ ୩୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ପୂର୍ଣ୍ଣାଙ୍ଗ ଅବସରକାଳୀନ ପ୍ରାପ୍ୟ (ପେନସନ ସମ୍ବନ୍ଧୀୟ ସମସ୍ତ ସୁବିଧା) ପ୍ରଦାନ କରାଯାଇଥିବା ବେଳେ ୫ ଜଣ ନୂତନ ପେନସନ ଯୋଜନାଭୁକ୍ତ (ଏନ୍.ପି.ଏସ୍.) ଅବସରପ୍ରାପ୍ତ ଶିକ୍ଷକଙ୍କୁ ମଧ୍ୟ ଯୋଜନା ଅନୁଯାୟୀ ସୁବିଧା ପ୍ରଦାନ କରାଯାଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଉତ୍ତରୀୟ, ସ୍ମାରକ ଉପହାର ଏବଂ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିବା ସହ ସେମାନଙ୍କ ସୁସ୍ଥ, ସୁଖମୟ ଓ ସମୃଦ୍ଧ ଅବସର ଜୀବନ କାମନା କରିଥିଲେ। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଦୀର୍ଘଦିନର ନିଷ୍ଠାପୂର୍ଣ୍ଣ ଅବଦାନକୁ ସେ ପ୍ରଶଂସା କରିଥିଲେ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗୌତମ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ସେକ୍ସନ ଅଫିସର ଶ୍ରୀ ସୁଦୀପ୍ତ କୁମାର ମୌଲିକ, ବରିଷ୍ଠ ସହାୟକ ଶ୍ରୀମତୀ ଶକୁନ୍ତଳା ସେଠୀ ଓ ଶ୍ରୀ ପିନାକୀ ବେରା, କନିଷ୍ଠ ସହାୟକ ଶ୍ରୀ କ୍ଷେତ୍ରମୋହନ ବେହେରା ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।
ସମ୍ବର୍ଦ୍ଧିତ ଅବସରପ୍ରାପ୍ତମାନଙ୍କ ମଧ୍ୟରେ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେଶ୍ୱର ବେହେରା, ଶିମିଳିପାଳ ସରକାରୀ ଉଚ୍ଚ ବିଦ୍ୟାଳୟ, କାଳିପୋଷିର ପ୍ରଧାନ ଶିକ୍ଷକ ଶ୍ରୀ ଭାଗ୍ୟବାନ ମହାନ୍ତଙ୍କ ସମେତ ଶ୍ରୀ ନିମାଇଁ ଚରଣ ପାଲ, ଶ୍ରୀ ଗଣେଶ୍ୱର ସି., ଶ୍ରୀ ଅଶୋକ କୁମାର ଜେନା, ଶ୍ରୀ ବ୍ରହ୍ମାନନ୍ଦ ମଣ୍ଡଳ, ଶ୍ରୀମତୀ ରାଜଲକ୍ଷ୍ମୀ ମିଶ୍ର, ଶ୍ରୀ ଈଶ୍ୱର ଚନ୍ଦ୍ର ମହାନ୍ତ, ଶ୍ରୀ ଅର୍ଜୁନ ଚରଣ ମହାନ୍ତ, ଶ୍ରୀ ସୁଧଳ ଚନ୍ଦ୍ର ମହାନ୍ତ, ଶ୍ରୀମତୀ ମଞ୍ଜୁଲତା ମହାନ୍ତ, ଶ୍ରୀ ମହାଦେବ ନାଏକ, ଶ୍ରୀ ହରିହର ପାଟବନ୍ଧା, ଶ୍ରୀ ନବକିଶୋର ମହାନ୍ତ, ଶ୍ରୀମତୀ କଲ୍ୟାଣୀ ମଞ୍ଜରୀ ଗିରି, ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ ଚିନ୍ମୟ କୁମାର ମିଶ୍ର, ଶ୍ରୀ ଜନ୍ମଜେୟ ବେହେରା, ଶ୍ରୀ ଚିତ୍ତରଞ୍ଜନ ସାହୁ, ଶ୍ରୀ ଲମ୍ବୋଦର ମହାନ୍ତ, ଶ୍ରୀମତୀ ବୀଣାପାଣି ଖୁଣ୍ଟିଆ, ଶ୍ରୀ ସୁବାସ ଚନ୍ଦ୍ର ରାଉଳ, ଶ୍ରୀମତୀ ଆଭାରାଣୀ ନାଥ, ଶ୍ରୀ ପରମେଶ୍ୱର ନାଏକ, ଶ୍ରୀ ସମୟ ମାଝୀ, ଶ୍ରୀ ମୃତ୍ୟୁଞ୍ଜୟ ସାହୁ, ଶ୍ରୀ ବାଞ୍ଛାନିଧି ଦାସ ଏବଂ ଶ୍ରୀମତୀ ବିନୋଦିନୀ ଦାସ ପ୍ରମୁଖ ରହିଥିଲେ।
କାର୍ଯ୍ୟକ୍ରମଟି ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀମାନେ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ମିଳିଥିବା ସମ୍ମାନ ଓ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *