ଚଣ୍ଡିଖୋଲ ରେ ନିର୍ମାଣ ହେବ ଅଟଳ ବସ୍ ଷ୍ଟାଣ୍ଡ।

ଚଣ୍ଡିଖୋଲ,୫/୬(କ ବ୍ୟୁ) ତିନୋଟି ଜାତୀୟ ରାଜପଥ ର ସଙ୍ଗମ ସ୍ଥଳ ଚଣ୍ଡିଖୋଲ ଓଡିଶାର ଭୌଗଳିକ ମାନଚିତ୍ର ରେ ଏକ ଗୁରୁତ୍ଵ ପୁର୍ଣ୍ଣ ସ୍ଥାନ ଅଧିକାର କରିଛି।ପରିବହନ ଯାତ୍ରୀ ଗମନା ଗମନ କ୍ଷେତ୍ରରେ ଚଣ୍ଡିଖୋଲ ଓ ଧାନ ମଣ୍ଡଳ ଦକ୍ଷିଣ ପୁର୍ବ ରେଳ ପଥ ର ଗୁରୁତ୍ବ ବହନ କରିବା ସହିତ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ବିକାଶ କୁ ଶଶକ୍ତ ଓ ଗତିଶୀଳ କରୁଛି। ମାତ୍ର ଚଣ୍ଡିଖୋଲ ଛକ ରେ ଥିବା ଭିତ୍ତି ଭୂମି ର ଅଭାବ ଓ ଜାତୀୟ ରାଜପଥ ନିର୍ମାଣରେ ତୃଟି ପୂର୍ଣ୍ଣ ନକ୍ସା ଯୋଗୁ ଚଣ୍ଡିଖୋଲ ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି।ଚଣ୍ଡିଖୋଲ ଛକରେ ଆବଶ୍ୟକୀୟ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ, ପାନୀୟ ଜଳ ଯୋଗାଣ ନଥିବା ଯୋଗୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଏହି ଅସୁବିଧା ଆଉ ବେଶି ଦିନ ରହିବ ନାହିଁ।ଚଣ୍ଡିଖୋଲ ଅଞ୍ଚଳର ଲୋକ ମାନଙ୍କ ପାଇଁ ଖୁସି ଖବର।ଚଣ୍ଡିଖୋଲ ରେ ନିର୍ମାଣ ହେବ ବିଶ୍ବ ସ୍ତରୀୟ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ। ବସ୍ ଯାତ୍ରୀ ଙ୍କୁ ବ୍ୟବସ୍ଥିତ ଓ ସୁଗମ କରିବା ପାଇଁ ବିଜେପି ସରକାର ୨ବର୍ଷ ପୁର୍ତ୍ତି ଅବସରରେ ଚଣ୍ଡିଖୋଲ ଛକ ଠାରେ ଏକ ଭବ୍ୟ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି। ଏହା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଜନସାଧାରଣ ପ୍ରତ୍ୟେକ୍ଷ ଭାବେ ଉପକୃତ ହେବେ। ୨୬କୋଟି, ୫୯ଲକ୍ଷ ଟଙ୍କା ବ୍ୟୟ ରେ ଏହି ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ଘୋଷଣା କରାଯାଇଛି। ଏହି ବସ୍ ଟର୍ମିନାଲ ରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ବିଶ୍ରାମ ଗୃହ, ଯାତ୍ରୀ ନିବାସ ସ୍ଥଳ, ପାନୀୟ ଜଳ ବ୍ୟବସ୍ଥା, ଏବଂ ଅତ୍ୟାଧୁନିକ ଶୌଚାଳୟ ଭଳି ସମସ୍ତ ପ୍ରକାର ଉଚ୍ଚ କୋଟିର ସେବା ଯୋଗାଇ ଦିଆଯିବ।ବଡଚଣା ବିଧାୟକ ଅମର ନାୟକ ପ୍ରଥମ ଥର ନିର୍ବାଚିତ ଦୁଇ ବର୍ଷ ପୂର୍ତ୍ତି ଅବସରରେ ତାଙ୍କର ଦୃଢ ନେତୃତ୍ୱ ଓ ଓଡିଶାର ମୂଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ବିକଶିତ ଓଡ଼ିଶା ଗଠନ ର ସ୍ବପ୍ନ ସ୍ୱରୂପ ବଡଚଣା ବାସୀ ଙ୍କୁ ଏହି ଅଟଳ ବସ୍ ଷ୍ଟାଣ୍ଡ ଏକ ଅନନ୍ୟ ଉପହାର ପ୍ରଦାନ କରିଛନ୍ତି।ଚଣ୍ଡିଖୋଲ ଠାରେ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ ହେବା ର ନିଷ୍ପତି ଘୋଷଣା ହେବା ପରେ ସମଗ୍ର ବଡଚଣା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ଏଥିପାଇଁ ବଡଚଣା ବାସୀ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି,ବଡଚଣା ବିଧାୟକ ଅମର ନାୟକ ଙ୍କୁ ଶୁଭେଛା, ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *