“ଚେକ୍ ବାଉନ୍ସ ମାମଲାରେ ୬ ମାସ ଜେଲ ଦଣ୍ଡାଦେଶ”

ବାରିପଦା-ଉଦଳା( କ ବ୍ୟୁ ) ତା୦୮/୦୪/୨୦୨୬
ଏସଡିଜେଏମ ଉଦଳା ଅନୁରାଗ ଦେହୁରୀ ଏକ ଚେକ୍ ବାଉନ୍ସ ମୋକଦ୍ଦମାରେ ସଂପୃକ୍ତ ବ୍ୟକ୍ତିଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ରାୟ ଦେଇଛନ୍ତି । ସାନଖୁଣ୍ଟା ଅଞ୍ଚଳର ଆସାମୀ ହରିଶ ଚନ୍ଦ୍ର ଖିଲାରଙ୍କୁ ୧ଲକ୍ଷ ୮୯ହଜାର ୬୫୦ ଟଙ୍କା ସହ ୬ ମାସ ଜେଲଦଣ୍ଡାଦେଶ ସହିତ ଜୋରିମାନା ଅନାଦେୟ ବାବଦକୁ ଅଧିକ ୨ ମାସ ଜେଲ୍ ଦଣ୍ଡାଦେଶ ନେଇ ରାୟ ଦେଇଛନ୍ତି । ଅଭିଯୁକ୍ତ ହରିଶ ଚନ୍ଦ୍ର ଖିଲାର ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ ଅପରେଟିଭ୍ ବ୍ୟାଙ୍କ ଖୁଣ୍ଟା ଶାଖାରୁ ୨୦୧୬ ସମିହାରେ ଏମଟିଏନଏ ଲୋନ ନେଇଥିଲେ । ମାତ୍ର ନିୟମିତ ଟଙ୍କା ପରିଶୋଧ ନ କରିବାରୁ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଖୁଣ୍ଟା ଅଧିକାରୀ ଟଙ୍କା ମାଗିବାରୁ ଅଭିଯୁକ୍ତ ୨୦୧୮ ଅଗଷ୍ଟ ମାସରେ ୧ଲକ୍ଷ ୧୬ହଜାର ୩୫୦ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଉକ୍ତ ଚେକ୍ ବ୍ୟାଙ୍କରେ ଡିପୋଜିଟ୍ ହେବା ପରେ ତାହା ବାଉନ୍ସ ହୋଇଥିଲା । ଯାହାକୁ ନେଇ ବ୍ୟାଙ୍କର ମ୍ୟାନେଜର ଏସଡିଜେଏମ ଉଦଳାଙ୍କ କୋର୍ଟରେ ଏକ ମୋକଦ୍ଦମା ଆଗତ କରିଥିଲେ । ଯାହାର ବିଚାର ପରେ ବୁଧବାର ରାୟ ପ୍ରକାଶ ପାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *