“ଜିଲ୍ଲାସ୍ତରୀୟ ପିଏମଶ୍ରୀ ବିଦ୍ୟାଳୟସମୂହ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ”

ବାରିପଦା(କ:ବ୍ଯୁ)
ତା୧୧\୦୨\୨୦୨୬
ବାରିପଦା ସହର ଅନ୍ତର୍ଗତ ତକତପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ବିଦ୍ୟାଳୟସମୂହ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର, ସମ୍ମାନିତ ଅତିଥିଭାବେ ଉକ୍ତ ପ୍ଲାନେଟେରି୍ୟମ ର ସହକାରୀ କୁ୍ୱିରେଟର ଶତାବ୍ଦୀ ଷଡ଼ଙ୍ଗୀ ଓ ବିଜ୍ଞାନ ପ୍ରଦର୍ଶକ ପ୍ରଶାନ୍ତ ସ୍ୱାଇଁ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଉକ୍ତ ପ୍ରତିଯୋଗିତା ଦୁଇଟି ବର୍ଗ ଯଥା ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବର୍ଗ ଓ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବର୍ଗ ରେ ଅନୁଷ୍ଠିତ ହୋଇଥିଲା l ଦୁଇଟି ବର୍ଗରେ ଜଣେ କନିଷ୍ଠ ଓ ଜଣେ ବରିଷ୍ଠ ବର୍ଗ ର ସମଗ୍ର ଜିଲ୍ଲା ରୁ ୩୨ ଟି ପିଏମଶ୍ରୀ ବିଦ୍ୟାଳୟ ରୁ ମୋଟ ୬୪ ଜଣ ବିଦ୍ୟାଳୟସ୍ତର ରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ପ୍ରତିଯୋଗୀ ଗାଇଡ଼ଶିକ୍ଷକ ଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ l ଉକ୍ତ ପ୍ରତିଯୋଗିତା ଲିଖିତ ଓ ମୌଖିକ ରେ ହୋଇଥିଲା l କନିଷ୍ଠ ବର୍ଗରେ ବହଳଦା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଝରାଡ଼ିହିର ପ୍ରିୟା ନାୟକ, ଉଦଳା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଉଦଳା ର ଆର୍ଯ୍ୟା ରାଉତ, ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ପିଏମଶ୍ରୀ ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ ର ବୈଷ୍ଣଵୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇ ପୁରସ୍କୃତ ହୋଇଛନ୍ତି l ସେହିପରି ବରିଷ୍ଠ ବର୍ଗରେ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ପିଏମଶ୍ରୀ ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ ର ନୈତିକ ଦାସ,ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରଙ୍ଗାମାଟିଆ ର ଶୁଭସ୍ମିତା ସିଂ,ଉଦଳା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଉଦଳା ର ଶୁଭଶ୍ରୀ ଶୁଭସ୍ମିତା ଦାଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇ ପୁରସ୍କୃତ ହୋଇଛନ୍ତି l ଉଭୟ ବର୍ଗ ରୁ ପ୍ରଥମ ଛାତ୍ରଛାତ୍ରୀ ଭୂବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କୁଇଜ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ l ବିଚାରକ ଭାବେ ବରିଷ୍ଠ ଶିକ୍ଷକ ନିଗମାନନ୍ଦ ମହାପାତ୍ର, ଶିଶିର କୁମାର ନାୟକ, ଶିକ୍ଷକ ସୁବ୍ରତ କୁମାର ଆଚାର୍ଯ୍ୟ, ଅଜିତ କୁମାର ମହାନ୍ତି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ଲାନେଟେରିୟମ ର ସମସ୍ତ ସଦସ୍ୟ, ଶିକ୍ଷକ ଭୀଷ୍ମଦେବ ମହାନ୍ତ, ମନୋଜ କୁମାର ପାତ୍ର, ମନୋଜ କୁମାର ପରିଡା, ଆଶିଷ ମହାନ୍ତ, ଶିକ୍ଷୟତ୍ରୀ ସୁଦ୍ଧତା ବାରିକଏବଂ ଅଫିସ ସହାୟକ ଦେବଦର୍ଷି ପ୍ରସାଦ କର ପ୍ରମୁଖ ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *