“ମେଘାସନୀ ମହୋତ୍ସବ-୨୦୨୬ ଉଦଯାପିତ “

ବାରିପଦା(କ:ବ୍ଯୁ) ତା୦୭/୦୨/୨୦୨୬ “ମେଘାସନୀ ମହୋତ୍ସବ-୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଆଜି ଉଦଯାପିତ ହୋଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏଠାକୁ ଆସିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି । ମେଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ହାତ ନିର୍ମାଣ ସାମଗ୍ରୀକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ । ଆଜିର ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଞ୍ଚଳିକ ସଂଗୀତ ପରିବେଷଣ ହୋଇଛି । ଏଇ ଅବସରରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୟୂରଭଞ୍ଜ ଏକ କଳା, ସଂସ୍କୃତିର ସଂପନ୍ନ ଜିଲ୍ଲା ।‌ ଲୋକକଳା ଓ ପ୍ରାଚୀନ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଏହିପରି ମେଳା ସମର୍ପିତ
ଆଜିର ଏହି ମେଳା ସଭିଙ୍କୁ ଏକାଠି କରିବାରେ ସହାୟକ ହୋଇଛି ।
ମୟୁରଭଞ୍ଜର କଳା, ସଂସ୍କୃତିକୁ ସୁଦୁର ପ୍ରସାରୀ କରିବାରେ ଏହି ମେଳା ସହାୟକ ହୋଇଛି । ଗ୍ରାମୀଣ ଅର୍ଥନୀତିର ବିକାଶର ସହ ଆତ୍ମନିର୍ଭର ସ୍ୱପ୍ନ ଏହାଦ୍ୱାରା ପୂରଣ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ସୁଶ୍ରୀ ସଞ୍ଜଲୀ ମୁର୍ମୁ ଯୋଗ ଦେଇ ମାଆ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ଉଚ୍ଚ ପ୍ରଶଂସା କରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଆଗକୁ ଉଦାହରଣ ସୃଷ୍ଟି କରିବେ ବୋଲି କହିଛନ୍ତି । ଆଜିର ସଂଧ୍ୟାରେ କଳା, ସଂଗୀତ ଓ ସଂସ୍କୃତିର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଛି । ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ପ୍ରମୁଖ ଭୂମିକାରେ ଉପଜିଲ୍ଲାପାଳ ବାରିପଦା ଡଃ ଦୟାସିନ୍ଧୁ ପରିଡ଼ା ରହି ନିଆରା ସଂଳାପରେ ମଞ୍ଚ ସଞ୍ଚାଳନ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ଜିଲ୍ଲା ପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ଶ୍ରେଷ୍ଠ ପ୍ରଦର୍ଶନ ଷ୍ଟଲ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *