ଗାଇସିଲେଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେମୋଡେଲ ଏସସେମ୍ବଳି l

ଗାଇସିଲେଟ (କ ବ୍ୟୁ ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ପି ଏମ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣରେ ମୋଡେଲ ଏସେମ୍ବଲି କାର୍ଯ୍ୟକ୍ରମ ହୋଇଯାଇଛି l ଏହା ସରକାରଙ୍କ ଦ୍ୱାରା ସୂଚନା ହଠାତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ଯାଇ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାତୀ ପୁରୋହିତ, ଶ୍ରୀମତୀ ନନ୍ଦିତା ବାରିକ ଓ ଶ୍ରୀମତୀ ରୋଜି ପଧାନ ବିଦ୍ୟାଳୟର ବଚ୍ଛା ବଚ୍ଛା ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ଉପରେ ଶିକ୍ଷା ଦେଇଥିଲେ l ଯାହା ଫଳରେ ଏହା ଏକ ଏକାଙ୍କିକା ଭଳି ମନ ମୁଗ୍ଧକର ହୋଇଥିଲା l ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ପୁର୍ଣ ମାତ୍ରାରେ ସହଯୋଗ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅନୀଲ କୁମାର ବେହେରା ଓ ସ୍କୁଲ ପରିଚାଳନା କମିଟିରୁ ବିଶିଷ୍ଟ ସଭ୍ୟ ଶ୍ରୀ ତ୍ରିଲୋଚନ ପଣ୍ଡା ଓ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଫକୀର ଦୀପ ଓ ଅନ୍ୟ ସଭ୍ୟ ସଭ୍ୟା ଯୋଗଦେଇ ସଭାର ଶୋଭା ବର୍ଦ୍ଧନ କରିଥିଲେ lଏହି କାର୍ଯ୍ୟକ୍ରମ ଅନ୍ୟ ଏକ ଶିକ୍ଷl ଯାହା ବୌଦ୍ଧିକ ଶିକ୍ଷା ଭଳି ଜଣା ପଡୁଥିଛି l ଏହା ଭବିଷ୍ୟତ ଛାତ୍ରଙ୍କ ରାଜନୀତିଜ୍ଞ ବିଜ୍ଞାନରେ ଦକ୍ଷତା ପାଇଁ ସହଜ ସାଧ୍ୟ ହୋଇପାରିବ l କାର୍ଯ୍ୟ କ୍ରମରେ ଶାସକ ଦଳ ଓ ବିରୋଧୀ ଦଳ ନିଜର ପଦବୀରେ କାଯ୍ୟ ହାସଲ କରି ଆମ ଆଦମୀ ପାଖରେ ଭବିଷ୍ୟତ ଚିନ୍ତା ଧାରାକୁ ନେଇଁ ନିଜସ୍ୱ ପ୍ରଶଂସାର ବଜାଏ ରଖିବାକୁ ଆପ୍ରାଣ ଉଦ୍ୟମର ଭଙ୍ଗୀ ର ସୂଚନା l

Leave a Reply

Your email address will not be published. Required fields are marked *