

ରାଜଗାଙ୍ଗପୁର 🙁 କ ବ୍ୟୁ) (୧୦/୦୨/୨୦୨୬) – ରାଜଗାଙ୍ଗପୁର ଥାନା ଅଧିନସ୍ଥ ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ କୁକୁଡ଼ା ପଞ୍ଚାୟତ ର ଖେରାମୁତା ଗ୍ରାମର ଲାଳେନ୍ଦ୍ର ମାଝୀଙ୍କ ପୁଅ ବିନୋଦ ମାଝି (୨୩) ଆଜି ସକାଳେ 8 ଘଟିକା ସମୟ ରେ ଯାମୁନ ଗଛରେ ଚଢ଼ି ନିଜ ବାହା ଘର ମାଡୁଆ ପାଇଁ ଗଛ ଡାଳ ଟିଏ କାଟି ଥିଲେ । ମାତ୍ର କିଏ ଜାଣି ଥିଲା ସେହି କଟା ଡାଳ ହିଁ ତାଙ୍କ ମୃତ୍ୟୁକୁ ଡାକି ଆଣିବ ବୋଲି ?
ପ୍ରାପ୍ତ ସୂଚନା ଅନୁଯାୟୀ ବିନୋଦ ଗଛରୁ ଯେଉଁ ଡାଳ ଟିକୁ କାଟି ଅଲଗା କରିଥିଲେ ସେହି ଡାଳଟି ଗଛତଳେ ନ ପଡି ନିକଟରେ ଯାଇଥିବା ଏକ ୧୧ (ଏଲେଭେନ୍) କେ.ଭି ବିଦ୍ୟୁତ ଲାଇନ ଉପରେ ପଡି ଉକ୍ତ ଗଛ ସହ ବିଦ୍ୟୁତ ଶକ୍ତି ସଂଯୋଗ ହୋଇଗଲା ଏବଂ ବିଦ୍ୟୁତ ଆଘାତ ହେତୁ ସାଙ୍ଗେ ସାଙ୍ଗେ ବିନୋଦ ମାଝିଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ରୁ ଖବର ପାଇ ଲାଞ୍ଜିବେର୍ଣା ଫାଣ୍ଡି ଅଧିକାରୀ ପ୍ରୀତିରଞ୍ଜନ ପରିଡ଼ା ସଦବଳ ସହ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ କରିବା ପରେ ଏନଡ଼ିଆରଏଫ ଟୀମ କୁ ଡକାଇ ଗଛ ଉପରେ ଲଟକି ରହିଥିବା ମୃତ ଦେହ କୁ ଉଦ୍ଧାର କରି ଶଵ ପଞ୍ଚନାମା ପାଇଁ ରାଜଗାଙ୍ଗପୁର ସରକାରୀ ଚିକିତ୍ସାଳୟ କୁ ଅଣାଯାଇଥିଲା ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )