“ବାଣିପୀଠ ଉଦଳା ରେ ଚାଲିଛି ସାଂସ୍କୃତିକ  କାର୍ଯ୍ୟକ୍ରମ ଫେବୃଆରୀ ୨ ରୂ ମେଳା ଆରମ୍ଭ”

ବାରିପଦା-ଉଦଳା(କ:ବ୍ଯୁ)
ତା୨୮/୧/୨୦୨୬ -ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ  ଶ୍ରୀ ପଞ୍ଚମୀ
ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା  ଠାରୁ ବିଭିନ୍ନ  କାର୍ଯ୍ୟକ୍ରମ ଚାଲୁଅଛି । ଓଡ଼ିଶାର ଏକ ମାତ୍ର ସରସ୍ବତୀ ମନ୍ଦିର ଯାହାକି ବାଣୀପୀଠ  ଭାବେ ବେଶ ପରିଚିତ ।  ଶ୍ରୀ ପାଞ୍ଚମି ସ୍ଵତନ୍ତ୍ର ପୂଜା, ମଙ୍ଗଳ ଆଳତୀ, ବାଲ୍ଯ ଭୋଗ ପରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ହୋଇଥିବା ବେଳେ ୨୫ ତାରିଖ ନାମ ଯଜ୍ଞ ଅଷ୍ଟପ୍ରହରୀ  ଆରମ୍ଭ ହୋଇ ମାଘ ସପ୍ତମୀ   ୨୬   ରେ ସଂକୀର୍ତ୍ତନ  ଦଳ ଭକ୍ତ  ମନ ର ଆବେଗ ଭକ୍ତ ଓ ଭଗବାନଙ୍କ ଙ୍କ ଅପୂର୍ବ ମିଳନ ବେଶ୍ ପରିଲକ୍ଷିତ ହୋଇଥିଲା ଉଦଳା ସହର ର ବହୁ ଭକ୍ତ ସାମିଲ ହୋଇ ପୂର୍ଣ୍ଣାହୂତି ସମୟ ରେ ଉପସ୍ଥିତ ହୋଇ ମା ଙ୍କ କୃପା ଲାଭ କରିଥିଲେ ।୨୭ ଓ ୨୮ ସାଂସ୍କୃତିକ  କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ହୋଇ ବହୁଲୋକ ସମାଗମ ହୋଇଛନ୍ତି ଚକାଡୋଳା ଭଜନ ସମାରୋହ  ମନମୁଗ୍ଧକରି ଥିଲେ  ‌।ଆସନ୍ତାକାଲି ୨୯ ତାରିଖ ଥିବା ୧୦ ଘଟିକା ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଭଜନ ପ୍ରତିଯୋଗିତା ହେବର କମିଟି ତରଫ ରୂ ସ୍ଥିରୀକୃତ ହୋଇଛି ।  ସଭାପତି ବସନ୍ତ କୁମାର ପରିଡ଼ା,ସମ୍ପାଦକ ରବିନ୍ଦ୍ର ପରିଡ଼ା,ଉପସଭାପତି କ୍ଷୀରୋଦ ରଞ୍ଜନ ମହାନ୍ତି,ପ୍ରଭାତ କୁମାର ପରିଡ଼ା,ଡିକେନ୍ସ ବେହେରା,  ଦାତା କର୍ଣ୍ଣ ସ୍ବାଇଁ,ମହେଶ୍ବର ଦାସ,ବିଜୟ ବେହେରା, ଗୈାରୀଶଙ୍କର ବେହେରା ,କୃଷ୍ଣ ଚୈତନ୍ୟ ସଦୁଆଳ, ହେମନ୍ତ ବେହେରା ,କାମ ଦେବ ସାହୁ,ନିରଞ୍ଜନ ବେହେରା,ଜୋତି ଦାସ,ଜୟଶ୍ରୀ ବେହେରା, ପ୍ରମୁଖ   ସମସ୍ତଙ୍କ  ସହୋ ଯୋଗରେ ଏହି କାର୍ଯ୍ୟକ୍ରମ ମାନ ହୋଇଛି ଆଗାମି ଫେବୃଆରୀ ୨ରୁ ମେଳା ଆରମ୍ଭ ହୋଇ  ୧୧ ଦିନ ଧରି ଏକ ସରସ୍ଵତୀ ମେଳା ଅନୁଷ୍ଠିତ ହେବ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *