“ଉଦଳା ବ୍ଲକ୍ ତରଫରୁ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ଉଦଳା ହାଇସ୍କୁଲ ଠାରେ ଅନୁଷ୍ଠିତ”

ବାରିପଦା-ଉଦଳା(କ:ବ୍ଯୁ) ତ। ୨୯/୦୧\୨୦୨୬ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗ ଓଡ଼ିଶା ତଥା ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବଙ୍କିମ ଚନ୍ଦ୍ର ଚଟ୍ଟୋପଧ୍ୟାୟଙ୍କ ରଚିତ ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ”ର ସାମୂହିକ ଗାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ଅବସରରେ ଉଦଳା ବ୍ଲକ୍ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ନିମନ୍ତେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆଜି ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଉଦଳା ବ୍ଲକ ମଞ୍ଜୁଲତା ବିଶ୍ୱାଳ, ବିଡ଼ି.ଓ. ଉଦଳା ସମରଜିତ୍ କର, ଏ.ବି.ଡ଼ି.ଓ. ଶରତ ମହାନ୍ତି, ବି.ଇ.ଓ. ଉଦଳା ଦୀପକ କୁମାର ମିଶ୍ର, ଏବି.ଇ.ଓ. ମିନତୀ ମଞ୍ଜରୀ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ସହିତ ସାମୂହିକ ବନ୍ଦେ ମାତରମ ସଂଗୀତ ଗାନ କରବା ପରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ବି.ଡ଼ି.ଓ. ଉଦଳାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ଉଦଳା ବ୍ଲକ୍ ବି.ଏସ୍‌.ଏସ୍‌.ଓ, ଭାଗ୍ୟଶ୍ରୀ ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ତଥା ଉଦଳା ଏନ୍‌.ଏ.ସି. ସି.ଆର.ସି.ସି. ଗୌର କିଶୋର ବିନ୍ଧାଣୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *