



ପଦ୍ମପୁର (କ ବ୍ୟୁ )ଗାଇସିଲେଟ, 14-12-2025:
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ସରଧାପାଲି ଗ୍ରାମପଞ୍ଚାୟତ ଗିରିଧାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶରଧାପାଲି ପରିସର ମଧ୍ୟରେ ରବିବାର ଦିନ ବିଶା ଶହେ କୁଲତା ସମାଜ, ଗାଇସିଲେଟ ବ୍ଲକ ପକ୍ଷରୁ ସମ୍ପୂର୍ଣ୍ଣ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ କାର୍ଯକ୍ରମ ଶାନ୍ତିପୂର୍ଣ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଟି ବାଲାଜୀ ହସ୍ପିଟାଲ୍ ରାୟପୁର ର ଡାକ୍ତରମାନଙ୍କ ସହଯୋଗରେ ଆୟୋଜିତ ହୋଇଅଛି । ସହଯୋଗୀ ଡ.କମଳାକାନ୍ତ ଭୋଇ ଙ୍କ ସହ ପାଞ୍ଚ ଜଣ ବିଶେଷଜ୍ଞ ଡାକ୍ତର ଏବଂ ତାଙ୍କ ଟିମ ଚାରି ଶହ ରୁ ଉର୍ଦ୍ଧ୍ବ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଅଛି ।
ଡ.ଭୋଇ ତାଙ୍କ ଉଦବୋଧନରେ ସ୍ୱାସ୍ଥ୍ୟ ସଚେତନତା, ନିୟମିତ ଚିକିତ୍ସା, ପରୀକ୍ଷା ଓ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
କାର୍ଯ୍ୟକ୍ରମଟି କୁଲତା ସମାଜ, ଗାଇସିଲେଟ ବ୍ଲକ୍ର ସଭାପତି ଶ୍ରୀ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବାଦଶ ପଧାନ ସଂଯୋଜନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସାମାଜିକ ସଂଗଠନମାନଙ୍କ ଦ୍ୱାରା ଏପରି ଜନହିତକାରୀ କାର୍ଯ୍ୟକ୍ରମ ଆୟୋଜନ ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ପାଇଁ ବହୁତ ଉପକାରୀ ବୋଲି କହିଥିଲେ।
ଉକ୍ତ ଶିବିରରେ ରକ୍ତଚାପ, ରକ୍ତ ଶର୍କରା ଓ ଇସିଜି ପରୀକ୍ଷା କରାଯାଇଥିଲା। ଏହି ଶିବିରରେ କୁଲତା ସମାଜ ଗାଇସିଲେଟ ବ୍ଲକ ର ସମ୍ପାଦକ ନରହରି ନାଏକ, ବରିଷ୍ଠ ସଦସ୍ୟ ବସନ୍ତ ସାହୁ, କଂଗ୍ରେସ ସାହୁ,ଯୁବ ଗାଇସିଲେଟ ବ୍ଲକ ସମାଜ ସେବୀ ଯଜ୍ଞେଶ୍ଵର ପଧାନ, ମନୋରଞ୍ଜନ ପଧାନ,କ୍ଷୀରୋଦ୍ର ପଧାନ, ପରଦେଶି ପଧାନ,ଆନନ୍ଦ ପଧାନ,ବିନୟ ସାହୁ,ଇଶ୍ଵର ପଧାନ,ସୁଭେନ୍ଦୁ ସାହୁ,ଝସକେତନ ପଧାନ, ପ୍ରଦୀପ୍ତ ପଧାନ, ଉମାକାନ୍ତ ପଧାନ, ସୁଜିତ ପଧାନ ପ୍ରମୁଖ ଯୋଗଦେଇ ସଫଳତାର ସହ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ।
ସ୍ଥାନୀୟ ଜନସାଧାରଣ ଏପରି ଉପକାରମୂଳକ କାର୍ଯ୍ୟକ୍ରମ ପାଇଁ କୁଲତା ସମାଜ, ଗାଇସିଲେଟ ବ୍ଲକ୍ ଓ ବାଲାଜୀ ହସ୍ପିଟାଲ୍ ରାୟପୁର, ତାଲପାଲି ସିଏଚସି ର ଡକ୍ଟର, ଫାର୍ମାସିଷ୍ଟ ଏବଂ ତାଙ୍କ ଷ୍ଟାଫ୍, ଗିରିଧାରୀ କଲେଜ ଅଧ୍ୟକ୍ଷଙ୍କ ସହ ତାଙ୍କ ସମସ୍ତ ଷ୍ଟାଫ୍ ଏବଂ ୟୁଥ୍ ରେଡ କ୍ରସ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏହି ପରୀକ୍ଷା ଶିବିରକୁ ଗାଇସିଲଟ ଅଂଚଳରେ ଏକ ନୂତନ ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଛି l ଉପଖଣ୍ଡ ପଦ୍ମପୁରଇଉ ଫ ଦୀପଙ୍କ ରିପୋର୍ଟ l