ଉର୍ମିଳା ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସ୍ଵଛାକୃତ୍ ରକ୍ତଦାନ ଶିବିର l 

ପାରାଦୀପ : ପାରାଦୀପ ଉର୍ମିଳା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଶ୍ରମିକ ଭବନ ପରିସରରେ ଏକ ବୃହତ ସ୍ୱୋଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ଥିଲା l ଏଥିରେ ବହୁ ଶ୍ରାଦ୍ଧକୁ ମାନେ ରକ୍ତଦାନ ଦେଇ ନିଜକୁ ଧନ୍ୟ ମନେ କରିଥିବା ବେଳେ ଅନ୍ୟର ଜୀବନ ବଞ୍ଚାଇ ବାରେ ସହାୟକ ହେଉଥିବା ଦେଖିବାକୁ ମିଳିଛି l ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ମେଡ଼ିକାଲ ଚିଫି ଇଞ୍ଜିନିୟର ସୁଶୀଲ ଚନ୍ଦ୍ର ନାୟକ, ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଧରଣି ଧର ପରିଡ଼ା, ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ପୌର ପାରିଷଦ ପ୍ରଭାତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ଏହି  ସ୍ଵଛାକୃତ ରକ୍ତଦାନ ଶିବିରରେ ବହୁ ମହିଳା ପୁରୁଷ ଯୁବକ ଝିଅ ମାନେ ସ୍ଵଇଚ୍ଛାରେ ରକ୍ତ ଦାନ କରିବା ଦେଖିବାକୁ ମିଳିଥିଲା l ସକାଳ ୧୦ ଘଟିକାରୁ ରକ୍ତଦାନ ଆରମ୍ଭ ହେଇଥିବା ବେଳେ ଏହା ଦିବା ୨ ଘଟିକା ପର୍ଯ୍ୟନ୍ତ ଚାଲିବାର ବେବସ୍ତା ଥିବା ଜଣାଯାଇଛି l ଏହି ରକ୍ତଦାନ ଶିବିର ରେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ ର ବହୁ ପରିଷଦ ମଧ୍ୟ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏଥିସହ ବିଭିନି ସଂଗଠାନ ତରଫରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିବା ବେଳେ ଦୀର୍ଘ ୧୦ବର୍ଷ ଧରି ଏହି କାର୍ଯ୍ୟ କ୍ରମ ଚାଲୁଥିବା ଜଣାଯାଇଛି l ଏହି ରକ୍ତଦାନ ଶିବିର ଉର୍ମିଳା ଚାରି ଟେବୁଲ୍ ଟ୍ରଷ୍ଟ ନାମରେ ନାମିତ କରିବାର ମୁଖ୍ୟ କାରଣ ଉର୍ମିଳା ଦେବୀଙ୍କ ଶରୀର ଅସୁସ୍ଥ ଥିବା ସମୟରେ ମେଡ଼ିକାଲରେ ରକ୍ତ ର ଆବଶ୍ୟକତା ଥିବା  ଅନୁସାରେ   ବ୍ଲୁଡ ବ୍ୟାଙ୍କରେ ବ୍ଲଡ ନ ମିଳିବାରୁ ତାଙ୍କର ଦେହାନ୍ତ ହୋଇଥିଲା l ତାଙ୍କର ସ୍ୱାମୀ ଏଥିନେଇ ଉର୍ମିଳା ଚାରି ଟେବୁଲ୍ ଟ୍ରଷ୍ଟ ନାମରେ ନାମିତ କରି ସେଇଦିନ ଠାରୁ ଆଜକୁ ୧୦ବର୍ଷ ଧରି ଏହି ରକ୍ତଦାନ ଶିବିର କାର୍ଯ୍ୟ କ୍ରମ କରି ଆସୁଛନ୍ତି l କଟକ ରେଡେକ୍ରସ ତରଫରୁ ଡକ୍ଟର ମାନଙ୍କ ସହ ଯୋଗରେ ଏହି କାର୍ଯ୍ୟ କ୍ରମ କରାଯାଉ ଥିବା ଜଣା ଯାଇଛି ଏହି ରକ୍ତ ଦାନ ଶିବିର ରେ ଅନୁନ୍ୟ ୧୫୯ୟୁନିଟ୍ ରକ୍ତ ସଂଗ୍ରହ କରାଯିବା ଜନଯାଉଛି l ରେଉଦେକ୍ତା ଙ୍କ କହିବା ଅନୁସାରେ ରକ୍ତଦାନ ଏକ ମହତ୍ କାର୍ଯ୍ୟ ଏଥିପାଇଁ ଅନ୍ୟ ମାନଙ୍କ ଜୀବନ ବଞ୍ଚି ଯାଇ ପାରିବ


Leave a Reply

Your email address will not be published. Required fields are marked *