
ବାରିପଦା(କ:ବ୍ଯୁ) ତା୩୦/୧୧/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ନେଇ ଉତ୍ତର ଓଡ଼ିଶା ଅଞ୍ଚଳ ପାଇଁ ଉତ୍ତର ଆଞ୍ଚଳିକ ଏଆଇ ହ୍ୟାକାଥନ୍ ୨୦୨୫ ଆୟୋଜନ କରିବା ପାଇଁ ନୋଡାଲ କେନ୍ଦ୍ର ଭାବେ ମନୋନୀତ କରାଯାଇଛି । ଓ.ଏସ୍.ଏ (ଦ ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସ୍) ଓ ଓଡ଼ିଶା ଏଆଇର ପୃଷ୍ଠପୋଷକତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୯ ଡିସେମ୍ବର ୨୦୨୫ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହେବ, ଯାହା କି ଭୁବନେଶ୍ୱରରେ ୧୮ ଡିସେମ୍ବର ୨୦୨୫ ଅନୁଷ୍ଠିତ ହେଉଥିବା ଓଡ଼ିଶା ଏଆଇ ସିମ୍ପୋଜିୟମ୍ର ଏକ ପ୍ରାକ୍-କାର୍ଯ୍ୟକ୍ରମ ଅଟେ । ଓଡ଼ିଶାକୁ ବିଶ୍ୱର ବୌଦ୍ଧିକ ଏଆଇ ରାଜଧାନୀ ଭାବେ ସ୍ଥାପନ କରିବାର ବୃହତ୍ ଉଦ୍ୟମର ଅଂଶ ହିସାବରେ ଓଡ଼ିଶା ଏଆଇ ନୀତି, ଓଡ଼ିଶା ଭିଜନ, ଭାରତ ଏଆଇ ମିଶନ ଓ ବିଶ୍ୱବ୍ୟାପୀ ଏଆଇ ଧାରା ସହ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଏହି ହାକାଥନ ଆୟୋଜନ କରାଯାଉଅଛି । ଏହାର ଉଦ୍ଦେଶ୍ୟ ହେଉଛି ଏଆଇ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଆଞ୍ଚଳିକ ସମସ୍ୟାର ଏଆଇ-ଆଧାରିତ ସମାଧାନ ଖୋଜିବା ଓ ଉଦ୍ଭାବନମୂଳକ ଧାରଣାକୁ ପୁରସ୍କୃତ କରିବା । ଏହି ହ୍ୟାକାଥନ୍ରେ ଡିପ୍ଲୋମା, ସ୍ନାତକ, ସ୍ନାତକୋତ୍ତର, ପିଏଚ୍ଡି ଛାତ୍ରଛାତ୍ରୀ, ବ୍ୟକ୍ତିଗତ ଉଦ୍ଭାବକ ଓ ପଞ୍ଜିକୃତ/ଅପଞ୍ଜିକୃତ ଷ୍ଟାର୍ଟଅପ୍ମାନେ ୫ ଡିସେମ୍ବର ୨୦୨୫ ସୁଦ୍ଧା ଆବେଦନ କରିପାରିବେ । ୯ ଡିସେମ୍ବର ୨୦୨୫ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ୍ ଅନ୍ତିମ ପ୍ରୋଟୋଟାଇପ୍ ଡେମୋ ରହିଛି ଏବଂ ଶ୍ରେଷ୍ଠ ୩ ଟିମ୍ ସିଧାସଳଖ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଆଞ୍ଚଳିକ ହାକାଥନ୍ରେ ପ୍ରଥମ ପୁରସ୍କାର ₹୧୨,୦୦୦, ଦ୍ୱିତୀୟ ପୁରସ୍କାର ₹୮,୦୦୦ ଓ ତୃତୀୟ ପୁରସ୍କାର ଭାବେ ₹୫,୦୦୦ ରାଶି ଆଇ.ଇ.ଇ.ଇ ୫ଜି/୬ଜି ଇନୋଭେସନ ଟେଷ୍ଟ୍ବେଡ୍ ଦ୍ୱାରା ବିଜେତା ମାନଙ୍କୁ ଦିଆଯିବ । ହାକାଥନ ଆୟୋଜନ ପାଇଁ ଆଇ.ଇ.ଇ.ଇ କମ୍ୟୁନିକେସନ ସୋସାଇଟି ଦ୍ୱାରା ବିଭିନ୍ନ ସହାୟତା ପ୍ରଦାନ କରାଯାଉଅଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉତ୍ତର ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ଏହି ଗୌରବମୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ପ୍ରତିଭାବାନ ଯୁବ ଉଦ୍ଭାବକ ମାନଙ୍କୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିବାକୁ ହାର୍ଦ୍ଦିକ ଆହ୍ୱାନ କରୁଛନ୍ତି । ଏଥିନିମନ୍ତେ ଉତ୍ତର ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ସମସ୍ତ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ୍ ମିଡ଼ିଆର ପ୍ରତିନିଧିମାନଙ୍କ ସହଯୋଗ କାମନା କରୁଛନ୍ତି । ଅଂଶଗ୍ରହଣ ପାଇଁ ଲିଙ୍କ୍: https://odishaaisummit.org/hackathon ରେ ଆବେଦନ କରିବାକୁ ଆଞ୍ଚଳିକ ନୋଡାଲ୍ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ସୂଚନା ଦେଇଛନ୍ତି ।