ବଜରଙ୍ଗ ଦଳ ତରଫରୁ ନିଶାମୁକ୍ତି ଅଭିଯାନ ପାଇଁ ଗଣଦୌଡ ।

ରାୟଗଡ଼ା (ତପନ କାଡ୍ରାକା) ବଜରଙ୍ଗ ଦଳ ରାୟଗଡ଼ା ତରଫରୁ ଆଜି ନିଶା ମୁକ୍ତି ଅଭିଯାନ ପାଇଁ ଗଣ ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ବଜରଙ୍ଗ ଦଳ ପ୍ରାନ୍ତୀୟ ଯୋଜନା ଅନୁସାରେ ସଂସ୍କାର ଦିବସ ଉପଲକ୍ଷେ ପ୍ରଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତାରିଖରେ ନିଶା ମୁକ୍ତି ଅଭିଯାନ ମାଧ୍ୟମରେ ସମାଜକୁ ଏବଂ ସମାଜରେ ନବାଗତ ଯୁବକ, ଯୁବତୀ, ଛାତ୍ର ଛାତ୍ରୀ , ସାଧାରଣ ଜନତାଙ୍କ ଜନଜାଗରଣ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଯେ କୌଣସି ନିଶା ଆମ ସ୍ବାସ୍ଥ୍ୟ, ବ୍ୟକ୍ତିତ୍ଵ,ପରିବାର ଓ ଦେଶକୁ ନଷ୍ଟ ବର୍ବାଦ କରିପାରେ, ନିଶାମୁକ୍ତ ନୌଯବାନ ଦେଶର ଭବିଷ୍ୟତ ଦେଶ ପାଇଁ ବଳ,ଗର୍ବ ଓ ଗୌରବ । ଭାରତର ନବାଗତ ଯୁବକ, ଛାତ୍ର ଛାତ୍ରୀ ଙ୍କୁ ନଷ୍ଟ କରିବା ଦ୍ୱାରା ପରିବାର,ସମାଜ, ଦେଶ ଦୁର୍ବଳ ହୋଇଥାଏ । ଆଜିକାଲି ସମାଜରେ ଭିନ୍ନ ପ୍ରକାରର ନିଶା ଯାହାକି ଆବାଳ ବୁଦ୍ଧ ପର୍ଯ୍ୟନ୍ତ, ସବୁ ଠାରୁ ଅଧିକ ଛୋଟ ପିଲା ମାନଙ୍କୁ ନିଶା ଶକ୍ତ କରି ବର୍ବାଦ କରୁଛି ମୋବାଇଲ୍ ଫୋନ୍ । ଯାହାକି ସମୟ ସହ ଅର୍ଥ ଓ ଶରୀରକୁ ଦୁର୍ବଳ କରୁଛି । ମାନବ ସମାଜ ବର୍ତ୍ତମାନ୍ ମୋବାଇଲ୍ ରୁ ଦୂରରେ ରହିବା ଆବଶ୍ୟକ ଅନୁସାରେ ବ୍ୟବହାର କରିବା ପାଇଁ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡାକ୍ତର ସୁନୀଲ କୁମାର ମହାପାତ୍ର ତାଙ୍କ ବକ୍ତବ୍ୟରେ ସମାଜକୁ ସତର୍କ କରିଛନ୍ତି ।ଭାରତକୁ ଦୁର୍ବଳ କରି ଦେଶକୁ ପୁଣି ଅକ୍ତିଆର କରିବା ପାଇଁ ଦେଶରେ ବିଭିନ୍ନ ବ୍ୟବସ୍ଥା ରେ ଅର୍ଥାତ୍ ଖାଦ୍ୟ, ଔଷଧ, ମନୋରଞ୍ଜନ ନାଁ ରେ ବିଦେଶି ଷଡଯନ୍ତ୍ର ଦେଶକୁ ଏବଂ ଦେଶର ବଳ ଦେଶର ଯୁବକ୍ ମାନଙ୍କୁ ବିଭିନ୍ନ ପ୍ରକାରର ନିଶା ମାଧ୍ୟମରେ ନଷ୍ଟ ,ଦୁର୍ବଳ କରିବା ପାଇଁ ବାରମ୍ବାର ପ୍ରୟାସ ଚାଲିଛି ଏପରିକି ରାଜନୀତି କ୍ଷେତ୍ରରେ ମଧ୍ୟ ବିଦେଶୀ ଆକ୍ରମଣ ରହିବା କଥା ବଜରଙ୍ଗ ଦଳ ତରଫରୁ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡାକ୍ତର ଶ୍ରୀ ସୁନୀଲ କୁମାର ମହାପାତ୍ର, ବରେଣ୍ୟ ଅତିଥି ଅଧିବକ୍ତା ଶ୍ରୀ ଅରୁଣ କୁମାର ଲେଙ୍କା, ସଂଯୋଜନା ଅଧ୍ୟକ୍ଷ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ଶ୍ରୀ ବିଜୟ କୁମାର ଚୌଧୁରୀ , କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁଖ ଶ୍ରୀ ବି. ରାଜେଶ୍ ମୁଖ୍ୟ ଅବଦୁଲ୍ କଲାମ୍ ଫାଉଣ୍ଡେସନ, ଅର୍ଥ ବ୍ୟବସ୍ଥାରେ ଶ୍ରୀ ଏନ୍. କ୍ରିଷ୍ଣା ଚୈତନ୍ୟ ଏମ୍ ଡି ଆଦିତ୍ୟ ଲଜିଷ୍ଟିକ୍, ନିଫା ସଂଗଠନ ତରଫରୁ କରାଯାଇଥିବା ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଶ୍ରୀ ସଶ୍ୟଜ୍ୟୋତି ବେହେରା ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ କେନ୍ଦ୍ର, ବିଘ୍ନନ୍ ବିଦ୍ୟାଳୟ, ସରସ୍ଵତୀ ଶିଶୁ ମନ୍ଦିର, ମହିଳା ମହାବିଦ୍ୟାଳୟ, ଏ. ବି. ଭି. ପି ରାୟଗଡ଼ା କାର୍ଯ୍ୟକର୍ତ୍ତା, ରେଡ୍ କ୍ରସ୍ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀ ଆନନ୍ଦ ରାଓ,ନଗର ଉପ ସଭାପତି ଶ୍ରୀ ସୁଶାନ୍ତ ବେହେରା,ନଗର ସଂଯୋଜକ ଶ୍ରୀ ଶଙ୍କର ବେହେରା,ସେବା ପ୍ରମୁଖ ଶ୍ରୀ ଅଶୋକ ଶତପଥୀ ଓ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *