

କୋରାପୁଟ,୧୫।୧୧() କୋରାପୁଟ ହାଇସ୍କୁଲ ପଡିଆ ଠାରେ ରାଜ୍ୟ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ପ୍ରଦର୍ଶନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକ ବୁଲି ଦେଖିଥିଲେ। ରାଜ୍ୟର ବୁଣାକାରମାନଙ୍କୁ ହସ୍ତତନ୍ତ ଉତ୍ପାଦର ବିପଣନ ପାଇଁ ଏହା ଏକ ସାଧାରଣ ପ୍ଲାଟଫର୍ମ ଅଟେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହାଦ୍ବାରା ସ୍ଥାୟୀ ଜୀବିକା ନିର୍ବାହ କରିବାକୁ ସୁବିଧା ମିଳିବ ବୋଲି ସେ କହିଛନ୍ତି।ଏହି ପ୍ରଦର୍ଶନୀ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ହସ୍ତତନ୍ତ ବିକାଶ କମିଶନରଙ୍କ ଦ୍ୱାରା ଆୟୋଜନ କରାଯାଉଛି।ଆମ ରାଜ୍ୟର ୪୦ ଜଣ ପ୍ରମୁଖ ମାଷ୍ଟର କାରିଗର ଏବଂ ରାଜ୍ୟ ବାହାରୁ ୨୦ ଜଣ ହସ୍ତତନ୍ତ ଏଜେନ୍ସି ପ୍ରଦର୍ଶନୀରେ ବୋୟନିକା ସହିତ ଅଂଶଗ୍ରହଣ କରୁଛନ୍ତି।ପ୍ରଦର୍ଶନୀ ସମସ୍ତ ଦିନ ସକାଳ ୧୧.୦୦ ରୁ ରାତି ୯.୦୦ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ମୂଲ୍ୟବାନ ଗ୍ରାହକମାନଙ୍କୁ ଏହି ପ୍ରଦର୍ଶନୀରେ ପ୍ରତ୍ୟେକ ହସ୍ତତନ୍ତ ଉତ୍ପାଦ କ୍ରୟ ଉପରେ ସ୍ୱତନ୍ତ୍ର ସରକାରୀ ରିହାତି ରହିଥିବା କୁହାଯାଇଛି। ଉଦଘାଟନୀ ଉତ୍ସବରେ ବୋୟନିକା ଓଏସଡି ପି.କେ., ରଥ, ମ୍ୟାନେଜର ଅଭିଷେକ ନାୟକ, ପିଆରଓ ଲୋକନାଥ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଗୟାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।