



ରାଜଗାଙ୍ଗପୁର/13.11..2025 : ଆଜି ସନ୍ଧ୍ୟା ସାଢେ ୫ ଘଟିକା ସମୟରେ ରାଜଗାଙ୍ଗପୁରର ସ୍ଥିତ ସୁଭାଷ ଛକ ଠାରେ ଭାଜପା ର ସମସ୍ତ କାର୍ଯ୍ୟକାର୍ତା ମାନେ ଏକତ୍ରିତ ହୋଇ ସାଂସଦ (ଏମପି) ପ୍ରତିନିଧି ଏବଂ ରାଜଗାଙ୍ଗପୁର ବିଜେପି ନଗର ମଣ୍ଡଳ ଅଧ୍ୟକ୍ଷ ରାଜେନ ସୋନିଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଓଡ଼ିଶାର ନୂଆପଡାରେ ଜୟ ଢୋଲକିଆଙ୍କ ଏବଂ ବିହାର ବିଧାନସଭା ର ବିଜୟୀ ଙ୍କୁ ନେଇ ରାଜଗାଙ୍ଗପୁର ଭାଜପା ର ବରିଷ୍ଠ କାର୍ଯ୍ୟକାର୍ତା ମାନେ ଆତସବାଜି ଓ ପରସ୍ପରକୁ କୁ ମିଷ୍ଠାନ୍ ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଏହି ଅବସର ରେ କୁଲଦୀପ ସିଂହ, ଶେଖର ଦାହିମା, ୱାର୍ଡ ନମ୍ବର ୩ କାଉନସିଲର ଶ୍ୱେତା କୁମାରୀ, ୱାର୍ଡ ନମ୍ବର ୧୨ କାଉନସିଲର ସୁମନ ଶର୍ମା, ମୁନିଲାଲ ଗୁପ୍ତା, କୁନ୍ଦନ ସିଂହ ଏବଂ ବହୁ ସଂଖ୍ୟକ ବିଜେପି କର୍ମୀ, ମହିଳା ଓ ପୁରୁଷ ସହ ବହୁ ସଂଖ୍ୟା ରେ ଭାଜପା ର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।