
ଚଣ୍ଡିଖୋଲ ୧୪/୧୧(କ ବିୟୁ) )ବଡଚଣା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ ଖୋଷାଲିପୁର ସ୍ଥିତ ଖୋଷାଲି ପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ ଚଣ୍ଡିଖୋଲ କୋର୍ଟ ତାଳୁକ୍ ସେବା କେନ୍ଦ୍ର ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି।ଚଣ୍ଡିଖୋଲ କୋର୍ଟ ର ଅତିରିକ୍ତ ଜିଲ୍ଲା ଦୌରା ଜାଜ୍ ତଥା ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଗୋପବନ୍ଧୁ ଗଡ଼ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସବ୍ ଜଜ ବିଶ୍ଵ ଦୀପକ,ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ର ପୂର୍ବତନ ସଭାପତି ତଥା ସରକାରୀ ଓକିଲ ଦେବରାଜ ବେହେରା,ଚଣ୍ଡିଖୋଲ କୋର୍ଟ ବାର ଆସୋ ସିଏସନ ର ସମ୍ପାଦକ ପ୍ରକାଶ କୁମାର ଦାସ ରିଟେନର୍ ଜ୍ୟୋତିଶଙ୍କର ମହାପାତ୍ର ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନ୍ମଥ ଜେନା, ସହକାରୀ ଶିକ୍ଷୟିତ୍ରୀ ସ୍ଵପ୍ନାଞ୍ଜଳୀ ବିଶ୍ବାଳ ପ୍ରମୁଖ ଯୋଗଦେଇ ଶିଶୁ ମାନେ ହେଉଛନ୍ତି ଆସନ୍ତା କାଲି ର ନାଗରିକଓ ରାଷ୍ଟ୍ର ନିର୍ମାତା। ଶିଶୁ ମାନଂକ ବିକାଶ ଉପରେ ନିର୍ଭର କରେ ଦେଶର ବିକାଶ। ଭଗବାନ୍ ଙ୍କ ସୃଷ୍ଟିରେ ଶିଶୁଟିଏ ଅମୃତର ସନ୍ତାନ । ବଗିଚାରେ ଯେପରି ରଙ୍ଗ ବେରଙ୍ଗ ର ଫୁଲ ଫୁଟି ବଗିଚାର ଶୋଭା ବର୍ଦ୍ଧନ କରିଥାଏ। ସେହିପରି ବିଦ୍ୟାଳୟରେ ପିଲାମାନେ ଶୋଭା ବର୍ଦ୍ଧନ କରିଥାନ୍ତି। ଜୀବନରେ ଭଲ ମଣିଷ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଶେଷରେ ଆଇନ୍ ଜୀବୀ ଅଭିନାଶ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ। ଆରମ୍ଭରେ ଅତିଥି ମାନେ ଚାଚା ନେହେରୁ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।