ରାଜଗାଙ୍ଗପୁର :- 14 ନଭେମ୍ବର ୨୦୨୫ ଶୁକ୍ରବାର ଦିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗଏରବାହାଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ବସନ୍ତ ଶ୍ରେଷ୍ଠ ଯୋଗ ଦେଇଥିଲେ । ଏହି ଦିବସ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଂଜଳି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭିନ୍ନକ୍ଷମ କ୍ରୀଡାବିତ୍ ବସନ୍ତ ଶ୍ରେଷ୍ଠ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ଓ ସେ କିପରି ହ୍ବିଲ୍ ଚେଅର୍ କ୍ରିକେଟ ରେ ସୁନାମ ଅର୍ଜନ କରିଛନ୍ତି ତାହା ବର୍ଣ୍ଣନା ମଧ୍ୟ କରିଥିଲେ । ଛାତ୍ରଛାତ୍ରୀଙ୍କୁ ତାଙ୍କ ଭଳି କଷ୍ଟକରି ଆଗକୁ ବଢିବା ପାଇଁ ପ୍ରଚେଷ୍ଟା କରିବା ପାଇଁ କହିଥିଲେ ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର