“ବାଙ୍ଗରିପୋଷୀ ଘାଟୀ ରାସ୍ତା କାର୍ଯ୍ୟ ନିମନ୍ତେ ଚଳିତ ନଭେମ୍ବର ମାସ ୧୮ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିନ ୧୨ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ଚଳାଚଳ ଓ ପାଦଚାରୀଙ୍କ ଗମନା ଗମନକୁ ବନ୍ଦ କରାଯାଇଛି”

ବାରିପଦା(କ:ବ୍ଯୁ)
ତା୧୪\୧୧\୨୫
ଜନସାଧାରଣ ଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଜାତୀୟ ରାଜପଥ–୪୯ ଭାରତର ଏକ ପ୍ରମୁଖ ଜାତୀୟ ରାଜପଥ ଅଟେ ଏବଂ ଏହି ରାସ୍ତା ଛତିଶଗଡ଼ର ବିଲାସପୁରରୁ ପଶ୍ଚିମବଙ୍ଗର ଖଡ଼ଗପୁର ପର୍ଯ୍ୟନ୍ତ (NH-୧୩୦ ନିକଟରୁ ଆରମ୍ଭ ହୋଇ NH-୧୬ ନିକଟରେ ସମାପ୍ତ) ପ୍ରସାରିତ।
ବାଙ୍ଗ୍ରିପୋସି ଘାଟ (ଦ୍ୱାରସୁଣୀ ଘାଟ) ହେଉଛି NH-୪୯ର ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ବାଙ୍ଗ୍ରିପୋସିରୁ ଆରମ୍ଭ ହୋଇ ରାଜାବାସା (ବିସୋଇ ପଟ) ପର୍ଯ୍ୟନ୍ତ ପ୍ରାୟ ୯ କି.ମି. ଲମ୍ବା। ଏହି ରାସ୍ତାର ମଧ୍ୟଭାଗରେ ଖ୍ୟାତନାମା ଦ୍ୱାରସୁଣୀ ମନ୍ଦିର ଅବସ୍ଥିତ।
ଭାରତର ରାଷ୍ଟ୍ରୀୟ ରାଜପଥ କର୍ତ୍ତୃପକ୍ଷ (NHAI) NH-୪୯କୁ ଚାରି ଲେନ୍‌ରେ ପରିଣତ କରିବା ପାଇଁ ବିସ୍ତାର ଓ ଉନ୍ନୟନ କାର୍ଯ୍ୟ କରୁଛି, ଯାହାର କାମ ଚାଲୁଥିବାବେଳେ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ କଣ୍ଟ୍ରୋଲ୍ ବ୍ଲାଷ୍ଟିଙ୍ଗ୍ କାର୍ଯ୍ୟକୁ ବାଙ୍ଗ୍ରିପୋସି ଘାଟ ଅଂଶର ବିଭିନ୍ନ ସ୍ଥାନରେ କରିବାକୁ NHAI କତୃପକ୍ଷ କାର୍ଯ୍ୟାଳୟ ନିଷ୍ପତ୍ତି ନେଇଛି।
କଣ୍ଟ୍ରୋଲ୍ ବ୍ଲାଷ୍ଟିଙ୍ଗ୍ ସମୟରେ କୌଣସି ପାଦଚାରୀ ଓ କୌଣସି ପ୍ରକାରର ଯାନବାହନ (୨ ଚକିଆ, ୩ ଚକିଆ, ଭାରୀ ଯାନ) ଙ୍କ ପ୍ରବେଶ ଓ ଗତିବିଧିକୁ NH-49 ବାଙ୍ଗ୍ରିପୋସି ଘାଟର ବ୍ଲାଷ୍ଟିଙ୍ଗ୍ ଅଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି।
ଏଥି ସହିତ ପଶୁପାଳକ ଓ ଅନ୍ୟାନ୍ୟ ଲୋକଙ୍କୁ ସେମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଗାଇ ଗୋରୁ ଛେଳି ମେଣ୍ଢା ଇତ୍ୟାଦିଙ୍କୁ ଚରିବା ପାଇଁ ଛାଡିବାକୁ ବାରଣ କରାଯାଇଛି ଏବଂ ଚରେଇବା ନିମନ୍ତେ ଚରାଳୀ ମାନଙ୍କ ଗତିବିଧି ମଧ୍ୟ ବାରଣ କରାଯାଇଛି।
ଏହାସହ ଭଙ୍ଗା ପଥର ଓ ବ୍ଲାଷ୍ଟିଂ ସାମଗ୍ରୀ ସ୍ଥାନାନ୍ତର କାର୍ଯ୍ୟରେ ବିଳମ୍ବ ହେବା ରୋକିବା ପାଇଁ ବଶୋଇରୁ ବାଙ୍ଗ୍ରିପୋସି ପର୍ଯ୍ୟନ୍ତ ଦୁଇ ପଟ ରାସ୍ତା ଅସ୍ଥାୟୀ ଭାବରେ ବନ୍ଦ ରଖିବା ପାଇଁ ଆବଶ୍ୟକ ହୋଇ ପଡିଛି
ତେଣୁ ପ୍ରକଳ୍ପକାର୍ଯ୍ୟର ସମତଳ ଓ ସ୍ୱିଫ୍ଟ ପ୍ରଗତି ପାଇଁ ୧୮.୧୧.୨୦୨୫ ରୁ ୨୪.୧୧.୨୦୨୫ ପର୍ଯ୍ୟନ୍ତ ଦିନ ୧୨:୦୦ ଠାରୁ ରୁ ଅପରାହ୍ନ ୦୪:୦୦ ପର୍ଯ୍ୟନ୍ତ ବାଙ୍ଗିରିପୋଷି ଘାଟିର ଉଭୟପଟରେ ସମସ୍ତ ପ୍ରକାରର ଯାନ ଓ ପାଦଚାରୀ ମାନଙ୍କ ଗମନାଗମନକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ଏଥିରୁ ଆମ୍ବୁଲାନ୍ସ ଓ ଜରୁରୀ ସେବା ଯାନବାହନ ମାନଙ୍କୁ ପରିସ୍ଥିତି ଅନୁସାରେ NHAI/ପୁଲିସ୍ କ୍ଲିଅରନ୍ସ ପରେ ଗତି କରିବାକୁ ଅନୁମତି ମିଳିବ।
ସମସ୍ତ ସାଧାରଣ ଲୋକଙ୍କୁ ପ୍ରକଳ୍ପକାର୍ଯ୍ୟର ସଫଳତା ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି।
ଏଥିସହ ବାଙ୍ଗ୍ରିପୋସି ଓ ବିସୋଇ ପୁଲିସ୍ ଷ୍ଟେଶନର IICମାନଙ୍କୁ ବ୍ଲାଷ୍ଟିଙ୍ଗ୍ ସମୟରେ ଦୁଇ ପଟରେ ପ୍ରୟୋଜନୀୟ ପୁଲିସ୍ ବ୍ୟବସ୍ଥା କରି ପାଦଚାରୀ ଓ ଯାନବାହନ ଗତିବିଧି ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଛୋଟ ଯାନବାହନଗୁଡ଼ିକ ପାଇଁ ବିକଳ୍ପ ଘାଟି ମାର୍ଗ:
ବିଶୋଇ – ଅର୍ଗଲବିନ୍ଧା – ସଂଖାଭଙ୍ଗା – ଜୋକା – ଚନ୍ଦନପୁର କାତରା ଛକ ଦେଇ ଯାତାୟାତ କରି ପାରିବେ।ଯାହାଦ୍ୱାରା ଯାତାୟାତ ଅସୁବିଧା ଓ ଜରୁରୀ ପରିସ୍ଥିତି ରୋକାଯାଇପାରିବ।
ବ୍ଲାଷ୍ଟିଂ ସମୟରେ ସତର୍କ ସଙ୍କେତ, ବାରିକେଡ୍ ଓ ଗାର୍ଡ ରଖି ଜନସାଧାରଣଙ୍କ ଅନଧିକୃତ ପ୍ରବେଶ ରୋକିବାକୁ NHAI/ପୁଲିସ୍ ପକ୍ଷରୁ ସମସ୍ତ ପ୍ରକାରର ସତର୍କତା ଅବଳମ୍ବନ କରିବା ପାଇଁ ନିର୍ଦେଶ ଦିଆଯାଇଛି
ସାର୍ବଜନିକ ଯାନବାହନ ଦୁଇ ପଟରେ ରାସ୍ତାର ବାମପଟରେ ପାର୍କିଙ୍ଗ କରାଯାଇପାରିବ। ପୁଲିସ୍ ଓ ଅଧିକାରୀମାନେ ବ୍ଲାଷ୍ଟିଂ ସମାପ୍ତ ହେବା ପରେ ଯାତାୟାତକୁ ସୁଗମ କରିବେ। ଏଥିପାଇଁ ବାଙ୍ଗ୍ରିପୋସି ଓ ବିସୋଇ ତହସିଲ୍‌ଦାରଙ୍କୁ ଭାରୀ ଯାନପାର୍କିଂ ପାଇଁ ଜମି ଚିହ୍ନଟ କରିବାକୁ ନିଦେଶ ଦିଆଯାଇଛି
ଆବଶ୍ୟକ ଦେଖାଦେଲେ ଏନ ଏଚ ଏ ଆଇ କାର୍ଯ୍ୟାଳୟ ପକ୍ଷରୁ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ କରିବା, ଘାଟର ଦୁଇ ପଟ ଓ ମଧ୍ୟଭାଗରେ ପ୍ରୟୋଜନୀୟ ଷ୍ଟାଫ୍ ନିଯୁକ୍ତ କରି ସମତଳ ଭାବରେ କାର୍ଯ୍ୟ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *