ସମୟ ବଳବାନ

ହଜିତ ଗଲାଣି ଲଙ୍ଗଳ ଜୁଆଳି
ଭୁଲିଲେଣି ଚାଷ ବାସ
ବଳଦ ରାଇଜେ ଉଭେଇ ଗଲେଣି
ଦେଖ ଷଣ୍ଢଙ୍କର ହସ……. 1

ବଳଦ ପରିକା ମଣିଷ ହେଲେଣି
ଘରେ ଆଉ ଦେଖାନାହିଁ
ଷଣ୍ଢପରି ନାରୀ ବଜାର ବୁଲନ୍ତି
ପୁରୁଷ ପାଇବ କାହିଁ…….. 2

ଗ୍ରାମର ମୁରବୀ ନାହାଁନ୍ତିରେ ଭାଇ
ନାରୀ ହୋଇଲେ ମୁରବୀ
ସ୍ୱୟଂ ସହାୟିକା ଗୁରୁପ କରିଣ
ସୁଧ କରିଲେଣି ଦାବି……. 3

କାଳିଆ ବଳିଆ ସୁଭଦ୍ରା ଯୋଜନା
ସଭିଙ୍କୁ କରିଲା ବାଇ
ବୁଢ଼ା ବୁଢୀ ସବୁ ଭରତ୍ତା ପାଇଁକି
ସରପଞ୍ଚ ପାଶେ ଧାଇଁ…….. 4

କବି ପାଞ୍ଚଜଣ ଥିଲେ କଳିଙ୍ଗରେ
ଏବେ ଦେଖ ପୁଳା ପୁଳା
ମଞ୍ଚେ ଠିଆ ହୋଇ ବହି ଲେଖିଦେଇ
ଏବେ କହିଲେଣି ଧଳା…….. 5

କଟକ ବଜାର ଷଣ୍ଢ ଖାଇଲେଣି
ବହିଗୁଡା ସବୁ ଦେଖ
ପିଲା ମାଆ ବସି ମୋବାଇଲି ଦେଖି
କହନ୍ତି ଜେଜମୋ ଶିଖ…….. 6

ଗ୍ରାମ ମନ୍ଦିରରେ ପୂଜକ ଏକାକି
ବଜାଉଣ ଅଛି ଘଣ୍ଟ
ଭକତ ଗାଆଁରେ ନାହଁନ୍ତିରେ ଭାଇ
ଭଜିବାକୁ ରାମ କୃଷ୍ଣ……. 7

ରାଧା କୃଷ୍ଣ ଛାଡି ନାରା ନେତା ନାମ
ଦେଖିଣ ଆମେ ଚକିତ
ଦମନ କୁନାଲ ରାନୀଙ୍କ ସେବାରେ
ଜୟ ହେଉ ଏ ଭାରତ……. 8
🇮🇳
ଆମ୍ବେଦକର ପାଠାଗାର
ମହାକାଳପଡ଼ା

Leave a Reply

Your email address will not be published. Required fields are marked *