ଗାନ୍ଧୀ ଭୀମ ବିଲେ ନିଜେ ନଖାଇଣ
ଆମକୁ ଦେଇଣ ଗଲେ
ଭଲ ପାଠପଢି ସାହେବ ହୋଇଣ
କଅଣ ଦେଶକୁ ଦେଲେ…… 1
ନିଜ ଜୀବନକୁ ତିଳ ତିଳ କରି
କେତେଯେ କଷ୍ଟ କରିଲେ
ଆମେ ଏ ଦେଶର ବଡ଼ ଲୋକ ହୋଇ
ଗରିବଙ୍କୁ ଠକିଦେଲେ……. 2
ଯେଉଁ ବାପା ଦିନେ ମୁଲ ଲାଗିକରି
ପଢ଼ାଉଥିଲା ତୁମକୁ
ପଢିସାରି ତୁମେ ହାକିମ ହୋଇଲ
ଭୁଲିଲ କିପରି ତାଙ୍କୁ…….. 3
ପିତା ପରି ପରା ଏ ଦେଶ ଗରୀବ
ଦିନେ ତୁମ ବାପା ଥିଲେ
ଆଶ୍ଚର୍ଯ୍ୟ ଆଉମୁଁ ଚକିତ ହେଉଛି
କିପରି ଏପରି କଲେ…….. 4
ରକତରେ ଅଙ୍କା ଗରିବର ଟଙ୍କା
କିପରିକା ଲାଞ୍ଚ ନେଲେ
ଶେଷେ ତ୍ରିରଙ୍ଗାର ଭିଜିଲାନ୍ସ ହାତେ
ଆରାମରେ ଧରା ହେଲେ……. 5
ଅଧାଲୁଗା ପିନ୍ଧି ସେହି ଗୋପ ଗାନ୍ଧୀ
କଅଣ ସିଏ ନକଲେ
ଫୁଲ ପ୍ୟାଣ୍ଟ ସାର୍ଟ ସାହେବ ହୋଇଣ
ଏପରିକା ଚୋରି କଲେ…….. 6
ସେ ଆମ୍ବେଦକର ବିଶ୍ୱେ ହେଲେ ହିରୋ
ସେହି ମୋଜା ଜୋତା ପିନ୍ଧି
ତୁମେ ଏତେ ବଡ଼ ସାହେବ ହୋଇଣ
କାହିଁ ହୋଇଗଲ ଛନ୍ଦି…….. 7
ଧନ୍ୟ ଗାନ୍ଧୀ ଭୀମ ତୁମକୁ ଜୁହାର
ତୁମେ ତ୍ରିରଙ୍ଗାର ହାର
ଯଦି ଏ ନକଲି ସାହେବ ନବୁଝେ
ପଠା ତାଙ୍କୁ କାରାଗାର…… 8
🇮🇳
ଆମ୍ବେଦକର ପାଠାଗାର
ମହାକାଳପଡ଼ା