କଳିଙ୍ଗ ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମହା ମହିମ୍ ରାଷ୍ଟ୍ରପତି 

ପାରାଦୀପ : ପାରାଦୀପ ବିଶ୍ଵ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ର ସପ୍ତମ ସନ୍ଧ୍ୟା ରେ ମୁଖ୍ୟ ଅତିଥି ମହା ମହିମ ରାଜ୍ୟପାଳ ହରିବାବୁ କମ୍ବମପାଟି ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ଜଗତସିଂପୂରୁ ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ, ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ସତ୍ୟଜିତ ନାୟକ, ଜଗତସିଂପୂରୁ ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା, କଳିଙ୍ଗ ବାଲିଯାତ୍ରା କମିଟି ଅଧ୍ୟକ୍ଷ ତଥା ଜିଲାପାଳ ଜଗତସିଂପୁରୁ ଜେ ସୋନାଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉଦଯାପନୀ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ଦେଇଥିଲେ l ଏହି ମହୋତ୍ସବ ରେ ନାହିନଥିବା ଭିଡ ପରିଲକ୍ଷିତ ହୋଇଥିବା ବେଳେ ଦର୍ଶକ ମାନେ ଏହାର ମଜା ଅନୁଭବ କରୁଥିଲେ l ଏଥିସହ କଳିଙ୍ଗ ବାଲିଯାତ୍ରା ୨୦୨୫ ସାତଦିନ ମହୋତ୍ସବ ରେ ଓରମାସ ତରଫରୁ ହୋଇଥିବା ଷ୍ଟଲ୍ ମାନଙ୍କରେ ଏକ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇ ଥିବା ବେଳେ ଅନୁରୁପ ଆଶା ଠୁ ଅଧିକ ବିବସାୟ କରିଥିବା ଓରମାସ ଡେପୁଟି ସିଇଓ ମଧୁସ୍ମିତା ସାହୁ ଜଣାଇ ଥିବା ବେଳେ, ଏ ଥୀରେ ହୋଇଥିବା ଷ୍ଟଲ୍ ମାନଙ୍କରେ ପାରାଦୀପ ବୃନ୍ଦାବନ କଲୋନୀ ରୁ ହୋଇଥିବା  ମହାବୀର ସୌୟ ସହାୟକ ଗୋଷ୍ଟି ତରଫରୁ ଭରତ ସରକାର୍ ଙ୍କ ସିକୃତି ପ୍ରାପ୍ତ ଏକ ଆର୍ୟୁବେଡଦିକ ମେଡିସିନ ଷ୍ଟୋର ରେ ଜନସାଧାରଣଙ୍କ ଉପକାର ନିମନ୍ତେ ବିଭିନ୍ନ ପ୍ରକାର ମେଡିସିନ ବିକ୍ରୟ କରାଜାଉ ଥିବା ଦେଖିବାକୁ ମିଳିଥିଲା l ପରଦୀପ ରୁ ପୁରୁଷୋତ୍ତମ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *