ରାସ୍ତା ଉପରେ ଅଟୋକୁ ଧକ୍କା ଦେବାରୁ କଣ୍ଟେନର ଜଣେ ମୃତ ଚାରିଜଣ ଆହତ l


ଗାଇସିଲେଟ : ଆଜି ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତାଲପାଲି ପଞ୍ଚାୟତ ଖୁଣ୍ଟପାଲି ରାସ୍ତା ଉପରେରେ ଅଟୋ କୁ କଣ୍ଟେନର ଗାଡି ଧକ୍କା ଦେଇଥିବାରୁ ଗାଇସିଲେଟ ବ୍ଲକ କଠଉମାଲ ପଞ୍ଚାୟତ କନ୍ଧୁମୁଣ୍ଡା ଗ୍ରାମର ଧନମାଳୀ ରଣାଙ୍କ ମୃତ୍ୟୁ ହୋଇଯାଇଛି l ମୃତକ ଅଟୋରେ ଯିବାବେଳେ ଉଭୟ ଗାଡି ପିଟିହୋଉ ତାଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଚାରୋଟି ଯାତ୍ରୀ ଆହତ ହୋଇଥିଲେ l ଏ ଖବର ଗାଇସିଲେଟ ପୋଲିସ ପାଇ ଯଥାଶୀଘ୍ର ପରେ ଘଟଣା ସ୍ଥଳକୁ ପହଁଞ୍ଚି ମୃତ ଏବଂ ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ନିଆଯାଇଥଅଛି l ପଦ୍ମପୁର ରୁ ଅଟୋରେ ଯାତ୍ରୀମାନେ ଗାଇସିଲେଟ ଆସୁଥିବା ବେଳେ କଣ୍ଟେନର ଗାଡି ଅଟୋ କୁ ଧକ୍କା ଦେଇ ଚାଲି ଯାଇଥିଲା l ଏହାର ତଦନ୍ତ ପଦ୍ମପୁର ଓ ଗାଇସିଲେଟ ପୋଲିସ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଇ ମୃତକଙ୍କ ପରିବାର ପ୍ରତି ଆଶ୍ୱାସନା ମୂଳକ ଆର୍ଥିକ ସାହାଯ୍ୟର ସୁବିଧା କରାଯିବ ବୋଲି ପ୍ରତିଶୃତି ଦେଇ ବ୍ୟବଚ୍ଛେଦ ପାଇଁ ସନ୍ଦେହ ଦୂର କରି ଉପଯୁକ୍ତ ପଦକ୍ଷେପ ନିଆଯିବାକୁ ଗାଇସିଲେଟ ପୋଲିସ କର୍ମ ତତ୍ପର ଅଛନ୍ତି l

ଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *