“ଉଦଳା ଠାରେ ରାଷ୍ଟ୍ରୀୟ ଏକତା ଦିବସ ପଦଯାତ୍ରା ଆୟୋଜନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ”

ବାରିପଦା/ଉଦଳା(କ:ବ୍ଯୁ) ତା. ୧୨/୧୧/୨୫ : – ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ତଥା ଏକ ଭାରତ-ଆତ୍ମ ନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା, ସୁସ୍ଥ ଏବଂ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା ଓ ସ୍ୱାଦେଶୀ ଚନ୍ତାଧାରାକୁ ଆପଣେଇବା ଉଦ୍ଦେଶ୍ୟରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ପଦଯାତ୍ରା ଉଦଳା ଠାରେ ଆୟୋଜନ ପାଇଁ ସନ୍ଧାନ ଗୃହ ଉଦଳା ଠାରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ମାନ୍ୟବର ବିଧାୟକ ବାରିପଦା ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ଉଦଳା ଭାସ୍କର ମଢେଇ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଅଧିକ୍ଷକ ଉପଖଣ୍ଡ ଚିକିତ୍ସାଳୟ ଲକ୍ଷ୍ମୀକାନ୍ତ ପତି, କାର୍ଯ୍ୟନିର୍ବାହୀ ଅଧିକାରୀ ଏନଏସି ପ୍ରିୟରଞ୍ଜନ ଜେନା, ଜିଲ୍ଲା ସଭାପତି ବିଜେପି ନିହାର ରଞ୍ଜନ ମୋଦୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ, ଉପଖଣ୍ଡର ବିଭିନ୍ନ ବିଭାଗୀୟ ଅଧିକାରୀ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ପ୍ରତିନିଧି, ବୁଦ୍ଧିଜୀବି ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସର୍ବସମ୍ମତି କ୍ରମେ ନିମ୍ନ ମତେ ପ୍ରସ୍ତାବ ମାନ ଗ୍ରହଣ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଜନପ୍ରତିନିଧି, ସ୍ୱାଧୀନତା ସଂଗ୍ରାମୀ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରିତ କରାଯିବ । ତା୧୮-୧୧-୨୦୨୫ରିଖ ସକାଳ ୮ ଘଟିକା ସମୟରେ ଉଦଳା ହାଇସ୍କୁଲ ପଡିଆରୁ ଉକ୍ତ ପଦଯାତ୍ରା ବାହାରି ବଜାର ପରିକ୍ରମା କରି ଥାନ ଛକ ଦେଇ ହୋଟେଲ ସିପ୍ରନ୍ ଇନ ଠାରେ ପହଞ୍ôଚବ ଏବଂ ସେଠାରେ ଆୟୋଜିତ ମଞ୍ଚରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯାଇ ପଦଯାତ୍ରା ଆଗକୁ ଅତିକ୍ରମ କରି ଉଦଳା ଏନଏସି ଏବଂ ଥାନା ସମ୍ମୁଖ ଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ôଚ ସେଠାରେ ଆୟୋଜିତ ମଞ୍ଚରେ ମଧ୍ୟ ଦେଶାତ୍ମବୋଧକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ହାଇସ୍କୁଲ ପଡିଆରେ ପହଞ୍ôଚ ସେଠାରେ ଥିବା ମୁଖ୍ୟ ମଞ୍ଚ ନିକଟରେ ସମସ୍ତେ ଏକତ୍ରିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ପଦଯାତ୍ରା ସମୟରେ ଉଦଳା ସହରରେ ଥିବା ସମସ୍ତ ମହା ମନିଷୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରାୟ ୩ ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେବାକୁ ଥିବାରୁ କାର୍ଯ୍ୟକ୍ରମକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଅଧିକରୁ ଅଧିକ ସର୍ବସାଧାରଣ ଏଥିରେ ସାମିଲ ହେବାକୁ ପ୍ରଶାସନ ତରଫରୁ ଅନୁରୋଧ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *