“ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ସୈନିକ ସଙ୍ଘର ବାର୍ଷିକ ସମାବେଶ”

ବାରିପଦା(କ:ବ୍ଯୁ)ତା୧୨\୧୧\୨୫
ମୟୂରଭଞ୍ଜ: ଜିଲା ପୂର୍ବତନ ସୈନିକ ସଙ୍ଗଠନର ୩୭ତମ ବାର୍ଷିକ ସମାବେଶ ବାରିପଦା ସହର ୱାର୍ଡ ନମ୍ବର-26,ଭୁଗୁଡ଼ାକଟା ସ୍ଥିତ ସଙ୍ଘର ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ଉଦଳା ,ଖୁଣ୍ଟା,ଶରତ,ଠାକୁରମୁଣ୍ଡା,ବେତନଟି,ଝାରପୋଖରିଆ,ଯଶିପୁର,ବାରିପଦା,ଚିତ୍ରଡା,ରାଇରଙ୍ଗପୁର,ଶୁଳିଆପଦା,ରାସଗୋବିନ୍ଦପୁର,ବଡସାହି ପ୍ରଭୃତି ଶାଖାରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଭେଟେରାନନ୍ସ,ବୀରନାରୀ,ବୀରମାତା,ଏବଂ ତାଙ୍କର ପରିଜନମାନେ ଯୋଗଦାନ କରିଥିଲେ।ଏହିସମାବେଶରେ ସଙ୍ଘର ବିଗତ ବର୍ଷର ଆୟ/ବ୍ୟୟର ହିସାବ ସହିତ,ଆଗାମୀ ବର୍ଷର କାର୍ଯ୍ୟସୂଚୀ ସମ୍ପର୍କରେ ସଙ୍ଘର ଏକାଉଣ୍ଟମ୍ୟାନେଜର ଶ୍ରୀଯୁକ୍ତ ରବୀନ୍ଦ୍ର ମହାନ୍ତ ସୂଚନା ଦେଇଥିଲେ।ଜିଲାର ସମସ୍ତ ପୂର୍ବତନ ସୈନିକ ଏବଂ ତାଙ୍କର ପରିବାର ବର୍ଗଙ୍କର ସୁବିଧାପାଇଁ ,ଜିଲ୍ଲା ସୈନୀକ ବୋର୍ଡ,କ୍ୟାଣ୍ଟିନ,E C H S କିପରି ଯଥାଶୀଘ୍ର ହୋଇପାରିବ ,ସେବିଷୟରେ ସଙ୍ଘର ଚେୟାରମ୍ୟାନ କର୍ଣ୍ଣେଲ ଡ:ଅଶୋକ କୁମାର ଦାଶ ପ୍ରତିଶ୍ରୁତି ଦେଇଥିଲେ ଏହାପରେ ସଙ୍ଘର ସେକ୍ରେଟାରୀ ଶ୍ରୀଯୁକ୍ତ ପରମେଶ୍ବର ମହାନ୍ତ ଜିଲାର ସମସ୍ତ ଭେଟେରାନ୍ସ ବୀରନାରୀ,ବୀରମାତା,ମାନଙ୍କୁ ସଙ୍ଘ ସହିତ ଯୋଡି ହେବାପାଇଁ ଅନୁରୋଧ କରିଥିଲେ।ଲେଡିଜ କ୍ଲବର ସଭାପତି ଶ୍ରୀମତୀ ବୀଣାପାଣି ଦାଶ,ସମ୍ପାଦକ ଶ୍ରୀମତୀ ଅରୁଣା ଦ୍ବୀବେଦିଙ୍କ ନେତୃତ୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥି ସହିତ ଚିତ୍ରଡାର ଶ୍ରୀଯୁକ୍ତ କମଳେନ୍ଦୁ ଲାଲ ମହାନ୍ତ ଏବଂ ତାଙ୍କ ସହଧର୍ମିଣି ଜେମାମଣୀ ମହାନ୍ତଙ୍କ ନେତୃତ୍ବରେ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା ।ଉକ୍ତ ସମାବେଶରେ ମୟୂରଭଞ୍ଜ ଜିଲ୍ଲ୍ଲାର ପ୍ରତ୍ୟେକ ଜୋନର ସଭାପତି,ସମ୍ପାଦକମାନେ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *