
ଭୁବନେଶ୍ୱର: ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼- ୫୨, କଟକରୁ ୩୯, ଗଜପତିରୁ ୨୯ ଓ ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୂରଭଞ୍ଜରୁ ୨୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 13th July
— I & PR Department, Odisha (@IPR_Odisha) July 14, 2020
New Positive Cases: 543
In Quarantine: 354
Local Contacts: 189
(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 8
3. Bargarh: 3
4. Bhadrak :1
5. Bolangir : 5
6. Boudh: 7
23. Sundargarh: 52
— I & PR Department, Odisha (@IPR_Odisha) July 14, 2020
New Recoveries: 505
Cumulative Tested: 347226
Positive: 14280
Recovered: 9255
Active Cases: 4929
ସେହିପରି ଜଗତସିଂହପୁରରୁ ୧୫, ମାଲକାନଗିରିରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ବାଲେଶ୍ୱରରୁ ୮, ପୁରୀରୁ ୭, ଝାରସୁଗୁଡ଼ା- ୬, ବଲାଙ୍ଗିରରୁ ୫, ବରଗଡ଼ରୁ ୩, ଢେଙ୍କାନାଳ ଓ ସମ୍ବଲପୁରରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଜି ପୁଣି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ ଛୁଇଁଛି। ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ଏଯାବତ୍ ପଜିଟିଭ୍ ସଂଖ୍ୟା ୧୪ ହଜାର ୨୨୦କୁ ବୃଦ୍ଧି ହୋଇଛି।
ତେବେ କରୋନା ସଂକ୍ରମଣରୁ ୯୨୫୫ ସୁସ୍ଥ ହୋଇଥିବା ବେଳେ ଆଉ ୪୯୨୯ ଆକ୍ଟିଭ କେଶ ରହିଛି।