ବଡଚଣା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ବନ୍ଦେ ମାତରମ୍ ସମୂହ ଗାନ 

ଚଣ୍ଡିଖୋଲ ୭/୧୧(କ ବ୍ୟୁ) : ରାଷ୍ଟ୍ର ଆରାଧନା ଓ ଦେଶ ପ୍ରୀତି ର ଐକ୍ୟତାନ ବନ୍ଦେ ମାତରମ୍ ର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆଜି ବଡଚଣା ର ସମସ୍ତ ମହାବିଦ୍ୟାଳୟ,ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବନ୍ଦେ ମାତରଂ ସମୂହ ଗାନ କରାଯାଇଥିଲା। ଦେଶର ଐକ୍ୟ ଓ ସହଂତି କୁ ପ୍ରେରଣା ଦେଉଥିବା ଏହି ରାଷ୍ଟ୍ରୀୟ ସଙ୍ଗୀତର ଗାନ ସହିତ ଏକ ନୂତନ ଜାଗରଣ ସୃଷ୍ଟି କରିବା ସହିତ ଦେଶ ପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରିଥାଏ। ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତିର ଓ ଉଚ୍ଚ ଶିକ୍ଷା,ଗଣଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ପାଳନ କରାଯାଉଛି। ଏହି ସଂଗୀତ ଶୁଣି ଦେଶର ହଜାର ହଜାର ଦେଶପ୍ରେମୀ ସ୍ଵାଧିନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହି ସଙ୍ଗିତଟି ବିଭିନ୍ନତା ମଧ୍ୟରେ ଏକତା ସୂତ୍ରରେ ଦେଶକୁ ବାନ୍ଧି ରଖିବା ସହିତ ଦେଶବାସୀ ମାନଙ୍କ ମଧ୍ୟରେ ଏକତା, ଭାଇଚାରା ଭାବ ସୃଷ୍ଟି କରିଥାଏ। ବନ୍ଦେ ମାତରଂ ସଙ୍ଗୀତର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟୋ ପାଧ୍ୟାୟ ତାଙ୍କୁ କାଳଜୟୀ କରିପାରିଛି। ଦେଶର ଏକତା, ଅଖଣ୍ଡତା ସୁରକ୍ଷା ଦିଗରେ ଏହି ସଙ୍ଗିତତି ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *