ପଲିଶ୍ରି ମେଳାର ଉଦଘାଟନ କଲେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ l

ରପାରାଦୀ : ପାରାଦୀପର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳା ୨୦୨୫କୁ ୪ ନଭେମ୍ବର ୨୦୨୫ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସଫଳତାର ସହ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମଟି ଜଗତସିଂହପୁରର ଓରମାସ ଦ୍ୱାରା ଆୟୋଜିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଯୋଗ ଦେଇଥିବା ବେଳେ, ଜଗତସିଂହପୁରର ଲୋକସଭା  ସାଂସଦ ମାନ୍ୟବର ଶ୍ରୀ ବିଭୁ ପ୍ରସାଦ ତରାଇ, ମାନ୍ୟବର ବିଧାୟକ ଡକ୍ଟର ରମାକାନ୍ତ ଭୋଇ ଏବଂ ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ।ଏହି ଅବସରରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ କଟକର କେନ୍ଦ୍ରୀୟ ରେଞ୍ଜର ଡିଆଇଜି ଡକ୍ଟର ସତ୍ୟଜିତ ନାୟକ, ଆଇପିଏସ, ଜିଲ୍ଲା କଲେକ୍ଟର , ଶ୍ରୀ ଜେ. ସୋନାଲ, ଆଇଏଏସ, ସିଡିଓ-କମ-ଇଓ, ଓଆର ଏମଏଏସ୍, ଶ୍ରୀ ରବି ନାରାୟଣ ଜେଠୀ, ଏଡିଏମ, ପାରାଦୀପ, ଶ୍ରୀ ନିରଞ୍ଜନ ବେହେରା, ଓଏଏସ , ଏଡିଏମ, ଜଗତସିଂହପୁର, ଶ୍ରୀ ସମ୍ବିତ କୁମାର ରାଉତ, ଓଏଏସ , ମଧୁସ୍ମିତା ସାହୁ, ଡେପୁଟି ସିଇଓ, ଓଆର ଏମଏଏସ୍, ଜଗତସିଂହପୁର ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସିବିଓ ସଦସ୍ୟ ଏବଂ ଓରମାସ ର ଡେପୁଟି ସିଇଓ ଙ୍କ ସହିତ ଆଲୋଚନା କରିଥିଲେ ଏବଂ ଗ୍ରାମୀଣ ଉତ୍ପାଦର ପ୍ରଚାର ଏବଂ ବିତରଣ କ୍ଷେତ୍ରରେ ଓର୍ମାସ ର ପ୍ରୟାସ କୁ ପ୍ରଶଂସା କରିଥିଲେ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ,

ଷ୍ଟଲ ଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ , ସେଥିପାଇଁ ଗ୍ରାମୀଣ ସାମଗ୍ରୀ ମଧ୍ୟ କିଣିଥିଲେ lହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ, କରିଥିବା ଓରମାସ ର ପ୍ରୟାସକୁ ପ୍ରଶଂସା କରିଥିଲେ lଏହି ଉତ୍ପାଦନ ଗୁଡିକର ବିକାଶରେ ଏବଂସେମାନଙ୍କର ମାର୍କେଟିଂ କୁ ସୁଗମ କରିବା ପ୍ରେରଣା ଦେଉଥିଲେ l

Leave a Reply

Your email address will not be published. Required fields are marked *