ଧର୍ମ-ମାସ କାର୍ତ୍ତିକ

ର ମାସେ ତେର ପର୍ବ ଆମ ଉତ୍କଳର ଗର୍ବ
ପାଳନେ ଶୁଭ ଗୌରବ ସ୍ମରଣ ସ୍ମୃତି,
ଧର୍ମ-କର୍ମ ସଚେତନ ସଂସ୍କାର ସଂହତି ଧ୍ୟାନ
ଉତ୍କଳ ଜନନୀ ମାନ ମହତ ସ୍ତୁତି ।
ଆହାଃ କି ସୁନ୍ଦର ଜାଗୃତି,
ଉତ୍କଳ ଗରିମା ଗାନେ ପୁଣ୍ୟ-ଭାରତୀ ।।

କାର୍ତ୍ତିକ ମାସ ଧରମ ମାସ ମଧ୍ଯରେ ଗଣନ
ଦାନ-ଧର୍ମ ଉପାସନ ହବିଷ୍ୟ ନୀତି,
ଏକ ମାସ ପ୍ରାତଃ-ସ୍ନାନ ମନ୍ଦିରେ ଦେବ ପୂଜନ
ଅରୁଆ ହବିଷ ଅନ୍ନ ଆହାର ଶାନ୍ତି ।
ପ୍ରଭୁ ଜଗନ୍ନାଥ ସଂସ୍କୃତି,
ବୟୋଜ୍ଯେଷ୍ଠ ନର-ନାରୀ ଧର୍ମ ଅର୍ଜନ୍ତି ।।

ଶୁଭ ପଞ୍ଚକ ହବିଷ ଆହାର ଯେ’ ନିରାମିଷ
ପ୍ରାତଃ-ସ୍ନାନର ହରଷ ହୃଦେ ପୀରତି,
ମୁରୁଜ-ଝୋଟି ଅଙ୍କନ ଚଉଁରା ମୂଳ ଶୋଭନ
ଉକୁଟେ-ଶାନ୍ତି ଚନ୍ଦନ ଜୀବନ ଗୀତି ।
ଉଲ୍ଲାସେ ଝଙ୍କାର ସଂସ୍କୃତି,
ଭକ୍ତି ପ୍ରୀତି ଦୟା ଧର୍ମ ଅହିଂସା ନୀତି ।।

କାର୍ତ୍ତିକ ପୂର୍ଣ୍ଣମୀ ଦିନ ପ୍ରୀତି ଶୁଭେଚ୍ଛା ବଚନ
ଶୁଭ ବୋଇତ ବନ୍ଦାଣ ଉତ୍ସବ ରୀତି,
ଉତ୍କଳ ସାଧବ ପୁତ୍ର ସାଗରେ ବୋଇତ ଯାତ
କରି କଲେ ଶୋଭାବନ୍ତ ବାଣିଜ୍ୟ ନୀତି ।
ଧନ୍ୟ ଉତ୍କଳର ସଂସ୍କୃତି,
ମହିଁମା ମଣ୍ଡିତ ହେଉ ସାଧବ କୀର୍ତ୍ତି ।।

ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର-୭୫୫୦୧୧

Leave a Reply

Your email address will not be published. Required fields are marked *