
ବାରିପଦା/ଉଦଳା, (କବ୍ଯ) /05/11/25 : ଉଦଳା ବ୍ଲକ ବୈରାଟପୁର ପ୍ରିମିଓର ଲିଗ 2025 ସିଜିନ-1 ଉଦଘାଟନ ହୋଇଯାଇଛି l ନଭେମ୍ବର 5 ରୁ ନଭେମ୍ବର 16ତାରିଖ ପର୍ଯ୍ୟନ୍ତ ଏହି ପ୍ରିମିଓର ଲିଗ ର ଖେଳ ଶେଷ ହେବ l ଆଜି ବୈରାଟପୁର ଖେଳ ପଡିଆ ଠାରେ ବହୁ ଧୁମ ଧାମ ରେ ଏହି ପ୍ରିମିଓର ଲିଗ ଉଦଘାଟନ ହୋଇଯାଇଛି l ଆଜିର ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉଦଳା ଥାନାଧିକାରୀ ବନମାଳୀ ବାରିକ ଏବଂ ଖୁଣ୍ଟା ଥାନାଧିକାରୀ ପଞ୍ଚାନନ ମହାନ୍ତି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସତନ୍ତ୍ର ଅତିଥି ଭାବେ କୋଚିଳାଡିହl ପଞ୍ଚାୟତ ର ସରପଞ୍ଚ ସlରମଣି ହେମ୍ବ୍ରମ, ସ୍ଥାନୀୟ ସମିତି ସଭ୍ୟ ସୁକାନ୍ତି ହାଁସଦା,ସ୍ଥାନୀୟ ଫାଣ୍ଡି ଅଧିକାରୀ, ସ୍ଥାନୀୟ ଗ୍ରାମର ୱାର୍ଡ ମେମ୍ବର ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଖେଳ କୁ କେମିତି ସରସ ସୁନ୍ଦର କରିବା ସହ ଆଗାମୀ ଦିନରେ ଜିଲ୍ଲା ଏବଂ ରାଜ୍ୟ ସ୍ତର ରେ ଖେଳାଳି ମାନେ ପଦର୍ଶନ କରି ପଞ୍ଚାୟତ ର ନାମ ରଖିବେ ସେଇଥିନେଇ ଉପସ୍ଥିତ ଦୁଇ ଟିମ ର ଖେଳାଳି ଙ୍କୁ ଉପଦେଶ ଦେଇଥିଲେ lମୁଖ୍ୟ ଅତିଥି l ଆଜିର ଉଦଘାଟନି ମ୍ୟାଚ ରେ ପ୍ରଥମେ ଚିଲ ବ୍ରୋ ଟିମ ବ୍ୟାଟିଂ କରି 15 ଓଭର ରେ 164 ରନ ର ଟାର୍ଗେଟ ଦେଇଥିଲା ଇଲାଇଟି ଇଲେଭେନ ଟିମ କୁ l ତେବେ 14 ଓଭର 4ଗୋଟି ବଲ ରେ 153 ରନ କରି ଓଲ ଆଉଟ ହେଇଯିବ ସହ ପରାସ୍ତ ହୋଇଥିଲା ଇଲାଇଟି ଇଲେଭେନ l ତେବେ ଚିଲ ବ୍ରୋ ଟିମ ପକ୍ଷରୁ ଦେବାଶିଷ ନାୟକ 28 ବଲ ରେ 54 ରନ କରି ମ୍ୟାନ ଅଫଦା ମ୍ୟାଚ ହୋଇଥିବା ବେଳେ ସୁପର ସିକ୍ସ ପାଇଁ ମଧ୍ୟ ପୁରସ୍କାର ଗ୍ରହଣ କରିଥିଲେ l ଆଜିର ଖେଳ ର ସମ୍ପୂର୍ଣ୍ଣ ଧାରା ବିବରଣୀ କେ.ପଙ୍କଜ ମହାକୁଡ଼ ଦେଇଥିବା ବେଳେ ଖେଳ ପରିଚାଳନା ଦା୍ୱିତ୍ୱ ରେ ଥିଲେ ଚିକୁନୁ ମହାନ୍ତି ଏବଂ ସୁନୀଲ ପତି l ଅଙ୍କ ଫଳକ ର ଦା୍ୱିତ୍ୱ ସମ୍ଭାଳିଥିଲେ ହୃଦୟ ରଞ୍ଜନ ବେହେରା ଏବଂ ଉମାକାନ୍ତ ମାଝୀ l ଏହି କାର୍ଯ୍ୟକ୍ରମ ରେ କମିଟି ର ସଦସ୍ୟ ଦୀପକ ମିଶ୍ର, ଦୀପକ ବେହେରା, ରୁଦ୍ର ନାରାୟଣ ରଣା, ଆମର୍ଜିତ ତ୍ରିପାଠୀ, ହିମାଂଶୁ ସେଠୀ, କମଳାକାନ୍ତ ମିଶ୍ର, ରବିନାରାୟଣ ମହାପାତ୍ର, ଭବେଶ ବେହେରା, ତପନ ବେହେରା ପ୍ରମୁଖ ସହଯୋଗ କରିବା ସହ ବୈରାଟପୁର ପ୍ରିମିଓର ଲିଗ ର ଉପଦେଷ୍ଟା ସ୍ୱରୂପ ମହାପାତ୍ର, ମୁକେଶ ରଣା, ଦୀପକ ମିଶ୍ର, ଶଶୀଧର ତ୍ରିପାଠୀ, ଯୋଗେଶ ବେହେରା, ସ୍ଵପ୍ନେଶ୍ଵର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)