



ଚଣ୍ଡିଖୋଲ ୬/୧୧(କ ବ୍ୟୁ) ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ ବୈଭବ ଓ ପୂରାତନ ଐତିହ୍ୟ ସଂସ୍କୃତିର ସ୍ମୃତି ଚାରଣ ଓ ସମ୍ବୃଦ୍ଧଶାଳୀ ଉତ୍କଳର ମହାନ ଗୌରବ ଓ ପରମ୍ପରାକୁ ମନେପକାଇବାଉଦ୍ଦେଶ୍ୟରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଏହି ଅବସରରେ ବଡଚଣା ବ୍ଲକ ଅନ୍ତର୍ଗତ ବାଇଶି ମୌଜା ଘାଟରେ ରଘୁନାଥ ଜୀଉ ବୋଇତ ବନ୍ଦାଣ ଉତ୍ସବ କମିଟି ସଭାପତି ପ୍ରଦୀପ କୁମାର ଧଳ ଙ୍କ ସଭାପତିତ୍ବରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ଯନ୍ତ୍ରୀ ଯୁଧିଷ୍ଟିର ମହାଳିକ, ମୁଖ୍ୟ ବକ୍ତା ଭାବେ ଦୁର୍ଗା ବାହିନୀ ପ୍ରାନ୍ତ ସଂଜୋଜିକା ପ୍ରଜ୍ଞା ପାରମିତା ମାହାଲା,ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସର। ପ୍ରାପ୍ତ ପ୍ରଫେସର୍ ଅଲେଖ ସାମଲ ମହାନ୍ ସଂସ୍କୃତି ବୋଇତ ବନ୍ଦାଣ ଉତ୍ସବ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ଧଳ, ଅବସର ପ୍ରାପ୍ତ ସୈନିକ ଧୁଲେଶ୍ଵର ଦାସ, ଯୋଗେନ୍ଦ୍ର ସାମଲ, ବିଜୟ କୁମାର ସାହୁ, ସାରଦା ପ୍ରସନ୍ନ ବଳ, ତପନ କୁମାର ବେହେରା, ଅରଖ ପୁର ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଗୌତମ ସିଂହ, ସମିତି ସଭ୍ୟଙ୍କ ପ୍ରତିନିଧି ମଳୟ ସିଂହ, ଅକ୍ଷୟ କୁମାର ନାୟକ, ଉମେଶ ଚନ୍ଦ୍ର, ପ୍ରସନ୍ନ କୁମାର ସାମଲ, ସରସ୍ଵତୀ ଧଳ, ସସ୍ମିତା ସ୍ବାଇଁ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ରଘୁନାଥ ଜୀଉ ବୋଇତ ବନ୍ଦାଣ କମିଟିର ସଂପାଦକ ଅଭିଜିତ ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।