ନବ ନିର୍ମିତ ତାରିଣୀ ମନ୍ଦିର ର ରତ୍ନମୁଦ ଉତ୍ସବ।

ଚଣ୍ଡିଖୋଲ ୬/୧୧(କ ବ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମ କୁମ୍ଭାର ସାହି ଠାରେ ନବ ନିର୍ମିତ ତାରିଣୀ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଅଙ୍କୁରା ରୋପଣ, କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ ସୂର୍ଯ୍ୟ ପୂଜା, ଗୋପୁଜା, ମହା ସ୍ନାନ ସହିତ ମାଆ ତାରିଣୀ ମନ୍ଦିର ୧୯ତମ ଜନ୍ମ ବାର୍ଷିକ ଓ ତ୍ରୟୋଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ପୂରୋହିତ ପ୍ରଫୁଲ୍ଲ ନନ୍ଦ, ରାଜକିଶୋର ଦାଶ, ବାପିନ ଦାଶ, ଅରବିନ୍ଦ ପଣ୍ଡା, ପ୍ରମୋଦ କୁମାର ଦାଶ ଯଜ୍ଞାଦି ପଣ୍ତିତ ମାନେ ଯଜ୍ଞକାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରି ଥିବା ବେଳେ କର୍ତ୍ତା ଗୋବିନ୍ଦ ଚନ୍ଦ୍ର ସାହୁ ଓ କର୍ତ୍ତୀ ସରସ୍ଵତୀ ସାହୁ ଯଜ୍ଞ କର୍ମ କରିଥିଲେ। ଆଜି ନବ ନିର୍ମିତ ତାରିଣୀ ମନ୍ଦିର ର ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ ହେବା ସହିତ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତ୍ତନ ପ୍ରବଚନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଭାଗ୍ୟଧାର ରଣା, ପ୍ରଫୁଲ୍ଲ ରଣା, ଆଦିତ୍ୟ ବେହେରା, ପ୍ରମୋଦ ବେହେରା, ଅଶୋକ କୁମାର ରଣା, ବିକ୍ରମ ରଣା,ସମେତ ସୁଙ୍ଗୁଡ଼ା ଗ୍ରାମ କୁମ୍ଭାର ସାହି ଅଧିବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *