ମିଶନ ଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଦାବିସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବ୍ଲକ ଅଧିକାରୀଙ୍କୁ ଅବଗତ କରାଇଲେ

ରାଜଗାଙ୍ଗପୁର: ଆଜି ପୂର୍ବାହ୍ନ ୧୧ଟାରେ ସମୟ ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ରାଜଗାଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଗଙ୍କୁ ସେମାନଙ୍କର ସମସ୍ୟା ବିଷୟରେ ଅବଗତ କରାଇଥିଲେ ବ୍ଲକ ଅଧିକାରୀ ବିପିଏମ ଜ୍ୟୋତି କୁମାରୀ କୁଜୁରଙ୍କୁ ଡକାଇ ଆସିଥିବା ମହିଳାମାନଙ୍କୁ ମିଶନ ଶକ୍ତି ସମସ୍ୟା ବିଷୟରେ ବୁଝାଇବାକୁ କହିଥିଲେ ବିପିଏମ ଜ୍ୟୋତି କୁଜୁର କହିଛନ୍ତି ଯେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ କରାଯାଉଛି। ଉଚ୍ଚ ନ୍ୟାୟଳୟ ସ୍ଥଗିତାଦେଶ ପରେ, ପୁନର୍ଗଠନ ପ୍ରକ୍ରିୟାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସରକାରଙ୍କ ମିଶନ ଶକ୍ତି ବିଭାଗ ପୂଜା ଛୁଟି ପର୍ଯ୍ୟନ୍ତ ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି। ପରବର୍ତ୍ତୀ ନିଷ୍ପତ୍ତି ଆସିଲେ ସମସ୍ତ ମିଶନ ଶକ୍ତି ମହିଳାଙ୍କୁ ଜଣାଇ ଦିଆଯିବ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର

Leave a Reply

Your email address will not be published. Required fields are marked *