

ପାରାଦ୍ଵୀପ : ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ପାରାଦୀପ ବିଶ୍ଵ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ସାତ ଦିନ ଧରି ଚାଲି ଥିବା ବେଳେ ଏହି ପୂଜା ଅନ୍ତିମ୍ ପର୍ଯ୍ୟାୟ ରେ ପହଞ୍ଚି ଥିବା ଦେଖିବାକୁ ମିଳିଛି l
( ଦର୍ଶନ ପାଇଁ ହାଜର ହାଜର ଶ୍ରାଦ୍ଧକୁ ଙ୍କ ଭିଡ଼ ), (ପ୍ରଶାସନ ର ବାରଣ ସତେ ଡିଜେ ବାଜିବାକୁ ନେଇ ଅସନ୍ତୋଷ ।)
ସାତଦିନ ଧରି ଅହନିଶି ରାତି ଦିନ ପରିଶ୍ରମ କରି ବିଶ୍ୱକର୍ମା ଙ୍କୁ ପୂଜା କରିଥିବା ବେଳେ ଶେଷରେ ଭସାଣି ଉତ୍ସବ ପାଳନ କରାଯାଇ ଥିବା ଦେଖିବାକୁ ମିଳିଛି l ପ୍ରଭୁ ବିଶ୍ୱୋକର୍ମା ସୁସଜ୍ଜିତ ଯାନରେ ବିଭିନ୍ନ ପୁଷ୍ପ ମାଳରେ ସଜାଇ ବାଜା ,ବାଣ ଫୁଟାଇ, ନାଚ ଗୀତ ସହ ଖୁବ ଆଡମ୍ବରରେ ଶୋଭା ଯାତ୍ରାରେ ପାରାଦୀପ ର ବିଭିନ୍ନ ଏରିଆ ମଧୁବନ୍, ନୂଆ ବଜାର ପ୍ରଭୃତି ସ୍ଥାନରେ ବୁଲି ଶେଷରେ ମେରାଇନି ରାସ୍ତାରେ ମୁନିସି ପାଲଟି ତରଫରୁ କରାଯାଇ ଥିବା ପୁଷ୍କରିଣୀ ରେ ବିସର୍ଜନ କରିଥିବା ଦେଖା ଯାଇଛି l ଏହି ଭସାଣି ଉତ୍ସବ ରେ ୧୦ ଟି ମେଢ଼ ବିସର୍ଜନ କରାଯାଇ ଥିବା ବେଳେ ସମସ୍ତ ସଙ୍ଗଠନର କର୍ମ କର୍ତ୍ତା ମାନେ ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି l ଏହି ଭସାଣି ଶୋଭାଯାତ୍ରା କୁ ଦେଖିବା ପାଇଁ ବହୁ ଦର୍ଶକ ମାନେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳିଛି l ପୋଲିସ ପ୍ରଶାସନ ପକ୍ଷରୁ ଡିଜେ କୁ ବାରଣ ଥିବା ବେଳେ ଅଧିକାଂଶ ମେଢ଼ ଭସାଣିରେ ତେଲେଙ୍ଗା ବାଜା ଢୋଲ ମହୁରୀ ଓ ବିଭିନ୍ନ ପାରମ୍ପାରିକ ବାଦ୍ୟ ଯନ୍ତ୍ର ସହକାରେ ପ୍ରଭୂ ବିଶ୍ୱକର୍ମା ଙ୍କର ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳା ଶହ କରିଥିବା ବେଳେ କିଛି ମେଢ଼ ଭାସଣିରେ ଡିଜେ ବଜାଇବା ଦେଖିବାକୁ ମିଳିଥିଲା l ଏହି ଭସାଣି ଉତ୍ସବ ରେ ଗଣ୍ଡଗୋଳ ଝାମେଲା ଆସଙ୍କା କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବହନ କରାଯାଇ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଡିଜେକୁ ବାରଣ ଥିବା ବେଳେ କିଛି ମେଢ଼ ଭସାଣି ରେ କିପରି ଡିଜେ ବୁଜାଇଲେ ଏଥିନେଇ ଭସାଣୀ ଉତ୍ସବ କରୁଥିବା କିଛି ସଂଗଠନ ପକ୍ଷରୁ ଘୋର ବିରୋଧ ସହ ପ୍ରତିବାଦ ର ସୋର୍ ଉଠିଥିବା ଦେଖିବାକୁ ମିଳିଛି l ଏଥିସହ ପୂଜା ବଜାରରେ ବ୍ୟବସାୟୀ ଭାଇ ମାନେ ଅପରାହ୍ନ ପର୍ଯ୍ୟନ୍ତ ନିଜର ବ୍ୟେବସାୟ ପସରା ମେଲାଇ ବ୍ୟାପାର ବଣିଜ କରୁଥିବା ଦେଖିବାକୁ ମିଳୁଛି l ଆଜି ଭସାଣୀ ଉତ୍ସବ ପୂର୍ବରୁ ୭ଦିନ ଧରି ଚାଲୁଥିବା ପୂଜା ବଜାର ର ଅବସାନ ଘଟିଥିବା ବେଳେ ୭ଦୀନ ଭଳି ଦର୍ଶକ ମାନଙ୍କ ଗହଳି ଚହଳି ରାସ୍ତାରେ ଜାମ ନ ଥିବା ବେଳେ ପୋଲିସ ପ୍ରଶାସନ ର ଆଉ ନାହିଁ କଡ଼ା ସୁରକ୍ଷା l ଏମ୍ପାୟାର୍ଷ ହୋଟେଲେ ଠାରୁ ପାରାଦୀପ ଆଦର୍ଶ ଥାନା ପର୍ଯ୍ୟନ୍ତ ରାସ୍ତା ଘାଟ ଖାଁ ଖାଁ ଓ ସୁନୁ ସାନ ଲାଗୁଥିବା ଦେଖା ଯାଇଛି l ତେବେ ଉଠା ଦୋକାନୀ ମାନେ ନିଜର ଦୋକାନ ବଜାର ଧିରେ ଧିରେ ବନ୍ଦ କରୁଥିବା ବେଳେ ତିଆରି ହୋଇଥିବା ତୋରଣ ମାନ ଧିରେ ଧୀରେ ଖୋଲା ଯାଉଥିବା ଦେଖାଯାଉଛି l ସେହିପରି ଭସାଣି ଉତ୍ସବ ବେଳେ ଭାରତୀୟ ମଜଦୂର ଉନୀୟନ୍ ପକ୍ଷରୁ ଉନତ ଧରଣର ନୁତନ୍ ଦୁଇଟି ବାଘ ଓ ଦୁଇଟି ଭାଲୁ ନାଚ ଦର୍ଶକ ଙ୍କ ମନ ମୋହିଥିବା ବେଳେ ଗୀତ ଓ ବାଦ୍ୟର ଆସରରେ ଦର୍ଶକ ମାନେ ଖୁସି ହୋଇ ପ୍ରତ୍ୟେକ ଜାଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ଦେଖୁଥିବା ଦେଖା ଯାଇଛି l