କୋତନା ଗ୍ରାମବାସୀଙ୍କ ଅସୁବିଧା ବହୁତ , କହିଲେ ନ ସରେ l

ପଦ୍ମପୁର : ଆଜିକୁ ସ୍ୱାଧୀନତାର ବାହୁବର୍ଷ ବିତିଗଲେ ବି ସ୍ୱାଧୀନତାର ସ୍ୱାଦ ଚାଖିପାରୁନି l ଏମାନେ ବହୁ ଦୁଃଖଦ ପରିସ୍ଥିତିରେ ସଢୁଛନ୍ତି l ଘଟଣାଟି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ କୋତନା ଗାଁରେ ଅନେକ ଇଂରେଜ ଶାସକ ଭଳି ବ୍ୟକ୍ତି ଆଜିଭଳି ଦିନରେ ଅଛନ୍ତି l ଯାହା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହି ଦୁର୍ଦଶା କୋତନା ଗାଁର ଗ୍ରାମବାସୀ ଅନୁଭଵୀ ଅଟନ୍ତି l ଗାଁରେ କୌଣସି ଉନ୍ନତି ମୂଳକ କାମ ଆଜିସୁଦ୍ଧା ଦେଖା ଯାଉନାହିଁ l ଗାଁ ବନ୍ଧଘାଟ, ବ୍ୟବହାର ପାଣି, ଗାଁ ପରିମଳ ସ୍ୱଛତା କି ରାସ୍ତାଘାଟ ଇତ୍ୟାଦି ଅବର୍ଣ୍ଣନୀୟ l କିଛି ଯଦି ଗାଁର ଅସୁବିଧାକୁ ନେଇ ସରପଞ୍ଚଙ୍କୁ ସହାୟ ହେବାର ଆଶାଥାଏ, ତାଙ୍କଠୁ ଚାବୁକ ଭଳି ଭାଷା ଶୁଣିବାକୁ ମିଳେ l ଗାଧୋଇବା ଘାଟ ନାହିଁ କି ଗାଁରେ ବିଦ୍ୟୁତ ବଲବ ଜଳି ପାରୁନାହିଁ l ବିଦ୍ୟୁତ ବିଭାଗକୁ କହିଲେ ସରପଞ୍ଚ ଓ ସରପଞ୍ଚଙ୍କୁ କହିଲେ ମୁଁ ଜାଣେ ନାହିଁ ଏଭଳି କେତେଯେ ସରପଞ୍ଚ ଓ ୱାର୍ଡ ସଭ୍ୟ ଗଲେଣି ହିସାବ ନାହିଁ l ଆମ ଶାସନ କି ପ୍ରଶାସନ କେହି ସମାଧାନର ବାଟ କରୁନାହିଁ ବା ବାଟ ଦେଖାଉ ନାହିଁ l ଫଳରେ ଗାଁରେ ଅସୁବିଧା ଉପରେ ଅସୁବିଧା ଦେଖା ଯାଉଛି l ଗ୍ରାମବାସୀ ଆନତି ଦୂରରେ ଝରବନ୍ଧ ସରପଞ୍ଚଙ୍କ ଘରଥାଇ ଇଂରେଜ ଶାସନର ବାପ ଭଳି ତିରସ୍କାର ବାକ୍ୟ ଓ ବ୍ୟବହାର ପାଇବାକୁ ମିଳେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *