ଜଗଦଳପୁର ପୋଲିସ ଗାଡି ଉପରେ ଶନି ଦଶା l

ସମୟ ବଡ଼ ବଳବାନ l କଥାଟି ବୁଝିବାକୁ ଭାରି କଷ୍ଟ, କିନ୍ତୁ ଜାଣିଲେ ବହୁତ ସହଜ ଅଟେ l ଘଟଣାଟି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଅନ୍ତର୍ଗତ ଧରାଭଟା ଠିକ ଛକ ପାଖରେ l ବିଷୟଟି ଦେଖିବାକୁ ଯେପରି ଦୁଖଦଃ ଶୁଣିବାକୁ ସେପରି ଆକର୍ଷଣୀୟ lଜଗଦଳପୁର ପୋଲିସ ରାତ୍ରି ସମୟରେ ପେଟ୍ରୋଲିନ ଜଗଦଳପୁରରୁ ବସନା ଯାଉଥିବା ସମୟରେ ଠିକ ଚାରି ଛକ ପାଖରେ ଵାମରୁ ପୋଲିସ ଭେନ ନମ୍ବର OD0 5M 0524 କିପରି ଓ କାହିଁକି ଡାହାଣ ପଟକୁ ଗଲା ଏବଂ ନିରୀହ ଶ୍ରୀ ଯୁଧିଷ୍ଠିର ନାୟକଙ୍କ ବାଇକ ଗାଡି ସହିତ ତାଙ୍କ ପାନ ଦୋକାନ ଉପରେ ଗାଡିଟି ଧକ୍କା ଦେଲା, ପ୍ରଶ୍ନବାଚୀ ?ଯାହା ଫଳରେ ଦୋକାନୀ ଶ୍ରୀ ନାଏକ ଖଣ୍ଡିଆ ହୋଇଛନ୍ତି l ତେବେ ଶନିଦଶା ପୋଲିସ ଗାଡି ଓ ଯୁଧିଷ୍ଠିର ନୟାକଙ୍କ ଜୀବନ ଉପରେ ପଡିଛି lପୋଲିସ କର୍ମଚାରୀ ମାନେ ଭେନରେ ଥିବାହେତୁ ଗାଡିର ଅବସ୍ଥା ଅନୁସାରେ ଖଣ୍ଡିଆ ହୋଇ ନିକଟସ୍ଥ ପଦ୍ମପୁର ଡାକ୍ତରଖାନାକୁଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି ଏବଂ ଡ୍ରାଇଭର ଫେରାର ଅଛି l ଘଟଣା ସ୍ଥଳରେ ଖବର ପାଇଁ ପାଇକମାଳ, ପଦ୍ମପୁର ଓ ଜଗଦଳପୁର ପୋଲିସ ଉପସ୍ଥିତ ଥିଲେ l ଲୋକଙ୍କ କଥିତ ସୂଚନାରୁ ଜଣାଯାଏ ପୋଲିସ ଭେନ ଡ୍ରାଇଭର ଓ ଡିଉଟି ପୋଲିସ ସମ୍ପୂର୍ଣ ନିଶାରେ ଥିବାର ସୂଚନା ମିଳୁଛି l ପୋଲିସ ଗାଡି ଅନ୍ୟ ଗାଡିକୁ ଓଭରଟେକ ବେଳେ ନେଇ ସିଧା ଦୋକାନ ଉପରେ ପିଟିଛି l ଯଦ୍ୱାରା ଠିଆ ଥିବା ଗାଡି ଓ ଦୋକାନୀ ଆହତ ହେବାର ଜଣାପଡୁଛି l ପୋଲିସ ଗାଡିର ସମ୍ପୂର୍ଣକ୍ଷତି ହୋଇଛି ଯାହା ସାଧାରଣ ଜନତାଙ୍କ କ୍ଷତି ଅଟେ lସୂଚନା ଯୋଗ୍ୟ ପୋଲିସ ଦେଶକୁ ନିଶାମୁକ୍ତ କରିବାକୁ ମେସିନ ଲଗାଇ ଲୋକଙ୍କ ଠାରୁ ମୋଟା ଅଙ୍କ ନେଉଛି l ତାକୁ କିଏ ମେସିନ ଯାଞ୍ଚ କରିପାରିବ ?ତେବେ ଏ ପୋଲିସ ବାବୁମାନେ କିପରି ଡିଉଟିରେ ଥିଲେ ଓ ନିଶାରେ ମେସିନ ଲଗାଇବ କିଏ? ଏହା ଜନତା ଜାଣିଛନ୍ତି l ସୂଚନା ଯେ ଏସ ପି ମହୋଦୟଙ୍କ ଦୁଷ୍ଟି ଗୋଚର ରେ ମଧୁଚନ୍ଦ୍ରିକା ଅଛି l ଉପସ୍ଥିତ ଜନତା ପୋଲିସକୁ କି ପ୍ରକାର ଭାଷା କୁହୁଛନ୍ତିଏଥିରୁ ଘଟଣା ଜଣା ପଡୁଛି l

Leave a Reply

Your email address will not be published. Required fields are marked *