ବଜ୍ରାଘାତରେ ଆଇନଜୀବୀ ନଗେନ୍ଦ୍ର ପାତ୍ର ଙ୍କ ମୃତ୍ୟୁ

ଛତିଆ ୨୨/୯) : ଚଣ୍ଡିଖୋଲ କୋଟ୍ ର ବରିଷ୍ଠ ଆଇନଜୀବୀ ନଗେନ୍ଦ୍ର ପାତ୍ର ୪୭ ବର୍ଷ ଙ୍କ ଆଜି ବଜ୍ରାଘାତରେ ମୁତ୍ୟୁ ଘଟିଛି I ପ୍ରକାଶ ଥାଉକି ସ୍ଵର୍ଗତ ନିଜ ଗ୍ରାମ କୋଲ ସାଇ ପାଟଣା ନିଜ ପୈତୃକ ଚାଷ ଜମିକୁ ଦିନ ବାର ସମୟରେ ଯାଇ ନଫେରିବା ରୁ ପରିବାର ଲୋକ ଖୋଲା ଖୋଜି କରିଥିଲେ I ସନ୍ଧ୍ୟା ବେଳେ ତାଙ୍କ ମୃତ ଶରୀର ବିଲକୁ ମିଳି ବା ପରେ ବଡଚଣା ଡାକ୍ତରଖାନା କୁ ଆଣିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି I କଲି ସକାଳୁ ସବ୍ ବ୍ଯବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି I ଏହି ଖବର ପାଇବା ପରେ ଚଣ୍ଡିଖୋଲ ବାର ଆସୋସିଏସନ ରେ ଶୋକର ଛାୟା ଖେଳିଯାଇଛି I ବାର ଆସୋସିଏସନ ର ସଭାପତି ସର୍ବ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ସମ୍ପାଦକ ପ୍ରକାଶ କୁମାର ଦାଶ ,ଦେବରାଜ ବେହେରା, ପ୍ରତାପ ଦାସ, ଶରତ ଷଡଙ୍ଗୀ, ରେଣୁବାଳା ମହାନ୍ତି, ଉଦୟନାଥ ସାହୁ, ଆଶିଷ ମହାପାତ୍ର,ଫାଲଗୁନ ବିଶ୍ୱାଳ, ସୁବ୍ରତ ସ୍ଵାଇଁ, ଶ୍ରୀକାନ୍ତ ବଳ, ପ୍ରେମାନନ୍ଦ ବେହେରା, ମନିର ମହମ୍ମଦ, ସୁରେଶ ସାହାଣୀ , ସୁଢଳ କବି, ଲୋକରଣ୍ ନାୟକ, ପ୍ରମୁଖ ଶେଷ୍ ଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *