
ପୂରୀ : ପୂରୀ କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ଏକ ପେଡ ମା କେ ନାମ ବା ମା ପାଇଁ ଗଛଟିଏ ୨.୦ ବୃକ୍ଷ ରୋପଣ କାଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇଅଛି।ଆଜିର ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ପୁରୀ ବନଖଣ୍ଡ ଅଧିକାରୀ ମଗର ଧନୁଶ୍ରୀ ରାସୋସେ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପଂଚାୟତ ସମିତ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ,କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା ପ୍ରମୁଖ ଯୋଗଦେଇ ବୃକ୍ଷ ହିଁ ଜୀବନ, ବ୍ୟାପକ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସନ୍ତୁଳନ ଠିକ ରହିବା ସହିତ ଜୀବନ ଧାରଣ ପାଇଁ ମୌଳିକ ଆବଶ୍ୟକତା ସବୁଜିମା ରୁ ହିଁ ମିଳିପାରିବ ବୋଲି ବାର୍ତ୍ତା ଜନସାଧାରଣଙ୍କୁ ବାଣ୍ଟିଥିଲେ l ଓଡ଼ିଶାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପଜ କରାଯିବା ପାଇଁ ସରକାର ପ୍ରତିଶୃତି ବଦ୍ଧ ବୋଲି ଉପ ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା, ମଙ୍ଗଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗହର ଆବେଦିନ ଓ କଲେଜ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ lପରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କ ରେ ସାଂସଦ, ବିଧାୟକ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ ସହ ଏହି କାର୍ଯ୍ୟ ରେ ସାମିଲ ହୋଇଥିଲେ।ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଏସ ଏନ ଗିରୀଶ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଏହି କାର୍ଯ୍ୟକ୍ରମ ର ଅନୁଧ୍ୟାନ କରିଥିଲେ। ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଗ୍ରାମ ପଞ୍ଚାୟତ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ବେଛାସେବୀ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ,ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।