ମା,, ଲାଗି ଗଛଟିଏ କାର୍ଯକ୍ରମ

ଚଣ୍ଡିଖୋଲ ୧୮/୯(କବ୍ୟୁ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିବସ ଅବସରରେ ସେବା ପକ୍ଷ ଉପଲକ୍ଷେ ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ମା ଲାଗି ଗଛଟିଏ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଉଛି। ଏହି ଉପଲକ୍ଷେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ସଭାରେ ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ ପରିବେଶ ସୁରକ୍ଷା ଯୁଦ୍ଧ ରେ ଆମକୁ ଜଣେ ଜଣେ ସିପାହୀ ହେବାକୁ ପଡିବ। ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ବାକୁ ହେବ । ବର୍ତ୍ତମାନ ତାପମାତ୍ରାରେ ଅହେତୁକ ବୃଦ୍ଧି, ହିମଖଣ୍ଡ ତରଳୀବା, ଅନିର୍ଦ୍ଦିଷ୍ଟ ବର୍ଷା, ଭୟଙ୍କର ବାତ୍ୟା,ବନ୍ୟା,ମରୁଡ଼ି, ଭୁମିକମ୍ପ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ସୂଚାଇ ଦେଉଛି ଯେ ପ୍ରାକୃତିର ଭାରସାମ୍ୟ ଠିକ ନାହିଁ। ଏଥିରୁ ତ୍ରାହି ପାଇବା ପାଇଁ ଆମେ ସମସ୍ତେ ବ୍ୟାପକ ଭାବରେ ବୃକ୍ଷ ରୋପଣ କରି ବା ଆବଶ୍ୟକ। ମାଆ ଯେପରି ତାର ସନ୍ତାନର ଯତ୍ନ ନିଏ ଆମେ ସେହିପରି ବୃକ୍ଷର ଯତ୍ନ ନେବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ଅଧ୍ୟାପକ ନାରାୟନ ଚନ୍ଦ୍ର ମୁଦୁଲି ପରିବେଶ ପ୍ରଦୂଷଣ, ଭୂତଳ ଜଳସ୍ତର ହ୍ରାସ, ପାନୀୟ ଜଳ ସଙ୍କଟ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଆରୋପ କରିଥିଲେ। ପରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରର ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ଯାଇ ଅରଖପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଧା ପଦ୍ମଲlଭପୁର ଓ ଧନଞ୍ଜୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ରାସ୍ତା ର ଉଭୟ ପାର୍ଶ୍ଵ ରେ ରୋପଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ପଞ୍ଚାୟତ ସରପଞ୍ଚ ପୁଷ୍ପ ଲତା ସିଂହ, ସରପଞ୍ଚ ଙ୍କ ପ୍ରତିନିଧି ଗୌତମ କୁମାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ତ୍ରୀପାଠୀ , ସହକାରୀ ଡାଟା ଏଣ୍ଟ୍ରି ଅପରେଟର ଅନୀଲ କୁମାର ସାହୁ,ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ମାନେ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ନାରାୟଣ ଚନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *