ଭୀମ ଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

ନବରଙ୍ଗପୁର:- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ୍ ପରିସରରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଏଇଇ ଦିବ୍ୟ ରଞ୍ଜନ ମେହେର, ସିଡିପିଓ ପୁଷ୍ପାରାଣୀ ପଟନାୟକ ପ୍ରମୁଖ ଯୋଗଦେଇଥିଲେ | ବ୍ଲକର ୨୩ ଗୋଟି ପଂଚାୟତର ବିଭିନ୍ନ ଅଞ୍ଚଳରେ ଦିବ୍ୟାଙ୍ଗ ମାନେ ଯୋଗଦେଇଥିଲେ | ଏହି ଅବସରରେ ୪୨୦ ଜଣଙ୍କ ପଞ୍ଜିକରଣ କରାଯାଇଥିଲା | ୨୪୮ ଜଣଙ୍କ ୟୁଡ଼ିଆଇଦି ଜେନେରେସନ କରାଯାଇଥିଲା | ୪୦ ଜଣ ଦିବ୍ୟାଙ୍ଗଙ୍କୁ ନୂତନ ପେନସନ ଓ ବିଧବା ସହାୟତା ରାଶି ପ୍ରଦାନ କରାଯାଇଥିଲା | ବ୍ଲକର ବିଭିନ୍ନ ବିଭାଗର କର୍ମଚାରି ମାନେ ଏଥିରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *